ମୋହନା : ଦୁର୍ଘଟଣା ନେଉଛି ଜୀବନ, ବାଦପୁର ଘାଟୀ ରାସ୍ତା ଚଉଡ଼ା କରିବା ଦାବିରେ ଚକାବନ୍ଦ ଆନ୍ଦୋଳନ

ମୋହନା (କେ ନ୍ୟୁଜ୍) : ଆର. ଉଦୟଗିରିରେ ୧୨ ଘଣ୍ଟିଆ ଚକାବନ୍ଦ ଆନ୍ଦୋଳନ । ବାଦପୁର ଘାଟୀ ରାସ୍ତା ପ୍ରଶସ୍ତିକରଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା । ଗଜପତି ଜିଲ୍ଲା ଆର୍. ଉଦୟଗିରି ବାସିନ୍ଦା ଏବଂ ଜନପ୍ରତିନିଧି ମିଳିତ ଭାବେ ବନ୍ଦ ପାଳନ କରିଥିଲେ । ଏହି ସଂକୀର୍ଣ୍ଣ ଘାଟୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି । ବର୍ଷକ ମଧ୍ୟରେ ବହୁ ଧନଜୀବନ ହାନି ଘଟିଲାଣି । ତେଣୁ ରାସ୍ତାକୁ ଚଉଡ଼ା କରିବା ଲାଗି ଲୋକେ ଦାବି କରିଛନ୍ତି । ଆଜିର ବନ୍ଦ ଫଳରେ ପାରଳାଖେମୁଣ୍ଡି ମୋହନା ଏବଂ ପାରଳାଖେମୁଣ୍ଡି-ବ୍ରହ୍ମପୁରକୁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ଆଇନ୍ ଶୃଙ୍ଖଳା ରକ୍ଷା ଲାଗି ପୋଲିସ୍ ମୁତୟନ ହୋଇଥିଲେ ।