ବାତ୍ୟାଞ୍ଚଳ ଘୋଷଣା ଦାବିରେ ଚାନ୍ଦବାଲିରେ ବିକ୍ଷୋଭ

ଚାନ୍ଦବାଲି (କେନ୍ୟୁଜ୍) : ବାତ୍ୟାଞ୍ଚଳ ଘୋଷଣା ଦାବିରେ ଶୋଭାଯାତ୍ରା। ଫନି ଦ୍ୱାରା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଅନେକ ଅଞ୍ଚଳରେ କ୍ଷୟକ୍ଷତି ଘଟିଛି। ଅନେକ ଗଛ ଉପୁଡ଼ିବା ସହ ଅନେକ ଘର ଭାଙ୍ଗିରୁଜି ଯାଇଛି। ସରକାରଙ୍କ ତରଫରୁ ମଧ୍ୟ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିଲା। ହେଲେ ଚାନ୍ଦବାଲି ବ୍ଲକକୁ ବାତ୍ୟାଞ୍ଚଳ ଘୋଷଣା କରାଗଲା ନାହିଁ।

ଏହାର ପ୍ରତିବାଦରେ ସଂଗ୍ରାମ ସେନା ପକ୍ଷରୁ କାଳି ମନ୍ଦିରର ପଡ଼ିଆରୁ ପ୍ରତିବାଦ ରାଲି ବାହାରିଥିଲା। ପରେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା। ଏହାକୁ ବାତ୍ୟାଞ୍ଚଳ ଘୋଷଣା ସହ ବାତ୍ୟା ବିପନ୍ନଙ୍କୁ ରିଲିଫ ସହ ସହାୟତା ରାଶି ପ୍ରଦାନ ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.