ମୃତ୍ୟୁକୁ ନେଇ ଉତ୍ତେଜନା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

road closeବେଗୁନିଆ : ଗତକାଲି ବିଳମ୍ବିତ ରାତିରେ ବେଗୁନିଆ କେନ୍ଦୁପଲୀରେ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଯାହାପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ମୃତକ ହେଉଛନ୍ତି କଣ୍ଟାବଣି ଗାଁର ସାଗର ନାୟକ । ଦୁର୍ଘଟଣା ଖବର ମିଳିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମାଙ୍କଡ଼ା ପଥର ମଧ୍ୟରୁ ମୃତଦେହକୁ ଉଦ୍ଧାର କରିଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଗାଁଲୋକେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଫଳରେ ଖୋର୍ଦ୍ଧା-ବାଙ୍କୀ ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି।

You might also like