ଯୋରନ୍ଦା ପୀଠକୁ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁରୀ ଦାବୀ : ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଢେଙ୍କାନାଳ (କେନ୍ୟୁଜ) : ପାଣି ପାଇଁ ବିକ୍ଷୋଭ । ଢେଙ୍କାନାଳ ଯୋରନ୍ଦା ପୀଠକୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମଞ୍ଜୁରୀ ଦାବିରେ ବିଜେପିର ପ୍ରତିବାଦ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ସାମିଲ ହୋଇଥିଲେ ଯୋରନ୍ଦାର ବହୁ ବାବା ଓ ସାଧୁ ।
ଯୋରନ୍ଦା ଓ ଏହାର ଆଖପାଖ ୧୩ଟି ଗାଁକୁ ପାନୀୟ ଜଳ ୟୋଗାଇବା ପାଇଁ ଏକ ତୈଳ କମ୍ପାନୀ ପକ୍ଷରୁ ୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ହେଲେ ଏହି ପ୍ରକଳ୍ପର ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରି ନଥିବାରୁ କାର୍ୟ୍ୟ ଆରମ୍ଭ ହୋଇପାରୁନି । ଆଗକୁ ଯୋରନ୍ଦାରେ ମହିମା ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପ୍ରକଳ୍ପକୁ ତୁରନ୍ତ କାର୍ୟ୍ୟକାରୀ କରିବାକୁ ବାବାମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।