ନ୍ୟାୟ ଆଶାରେ ଆମରଣ ଅନଶନ : ଜିଲ୍ଲାପାଳ କାର୍ୟ୍ୟଳୟ ସାମ୍ନାରେ ବସିଲେ ବାସନ୍ଦ ପରିବାର

ବଲାଙ୍ଗୀର(କେନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଲରମ୍ଭା ଥାନା ଇନ୍ଦପୁର ଗାଁର ୮ ପରିବାର । ବର୍ଷେ ପୂର୍ବରୁ ଏହି ୮ଟି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୫୦ରୁ ଅଧିକ ଲୋକ ଏବେ ଗାଁ ଛାଡି ବାହାରେ ରହୁଛନ୍ତି । ସରପଞ୍ଚ ନିର୍ବାଚନକୁ ନେଇ ବିବାଦ ପରେ ଗାଁରୁ ୮ଟି ପରିବାର ବାସନ୍ଦ ହୋଇଥିଲେ । ପୋଲିସ ମାମଲାରେ ହସ୍ତକ୍ଷେପ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଏପରିକି ଜିଲ୍ଲା ପ୍ରଶାସନ ଗାଁରେ ବୈଠକ କରି ସମାଧାନ କରିବାକୁ ଚେଷ୍ଟା କରିଥିଲେ ବି ସଫଳ ହୋଇନାହିଁ । ଏବେ ବାସନ୍ଦ ପରିବାରର ସଦସ୍ୟମାନେ ନ୍ୟାୟ ଆଶାରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ସମସ୍ୟାର ସମଧାନ ପାଇଁ ପୁଣିଥରେ ଚେଷ୍ଟା କରାଯିବ ବୋଲି କହିଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ।