ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଦ୍ୱିତୀୟ ଦିନ ଧାରଣା

ଖୋର୍ଦ୍ଧା : ନିର୍ବାଚିତ ପ୍ରତିନିଧିଙ୍କୁ ଉପେକ୍ଷା ଓ ବ୍ଳକରେ ଦୁର୍ନୀତି ଚାଲିଥିବା ଅଭିଯୋଗ ଆଣି ଗତକାଲିଠାରୁ ଧାରଣା ଦେଇଛି ମହାମେଣ୍ଟ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ ଆଗରେ ଟାଙ୍ଗୀ ଜନଜାଗରଣ ମହାମେଣ୍ଟ ପକ୍ଷରୁ ଧାରଣା ଜାରି ରହିଛି । ଗତକାଲି ମହାମେଣ୍ଟର କର୍ମକର୍ତ୍ତା ଓ ଜନସାଧାରଣ ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶି ଫୁଲକୁଣ୍ଡ ଭଙ୍ଗାରୁଜା କରିଥିଲେ । ଏହି ସମୟରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଟାଙ୍ଗୀ ବ୍ଳକର ୧୧ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା କରାଯିବା ସହ ସରକାରୀ ଯୋଜନା ପଂଚାୟତରେ ପହଞ୍ଚି ପାରୁନଥିବା ଅଭିଯୋଗ କରିଛି ମହାମେଣ୍ଟ। ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଧାରଣା ଜାରି ରହିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ସିଧାସଳଖ ମୋ ସହ ଆଲୋଚନା କରିଥିଲେ ସମସ୍ୟାର ସମାଧାନ ହୋଇଥାନ୍ତା ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.