ରାୟଗଡ଼ା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା

ambadalaରାୟଗଡା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା। ବନ୍ଦ ଯୋଗୁ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଆମ୍ବଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଯୁବକମାନେ ଧାରଣାରେ ବସିଛନ୍ତି। ଜାତୀୟ ରଜପଥ ଉପରେ ଶହ ଶହ ଟ୍ରକ ଅଟକି ରହିଛି। ରାୟଗଡ଼ା-କଳାହାଣ୍ଡି ଜିଲ୍ଲାକୁ ଗମନାଗମନ ବନ୍ଦ ହୋଇଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।