ପ୍ରେମିକା ସହିତ ଧରା ପଡିବାପରେ ବନ୍ଧୁକ ଦେଖାଇ ଛାତ୍ର ଗିରଫ

ଉଦଳା(କେନ୍ୟୁଜ୍‌): ପ୍ରେମିକା ସହିତ ଧରା ପଡିଯିବା ପରେ ଜନସାଧାରଣଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ସମସ୍ତଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଛନ୍ତି ଛାତ୍ର । ଯାହାକୁ ନେଇ ଛାତ୍ର ଜଣକୁ ଗିରଫ କରିଛି ପୋଲିସ୍ । ଏଭଳି ଘଟଣା ଘଟିଛି ଖୁଂଟା ଥାନା କୁଆମରା ଅଞ୍ଚଳରେ । ଗତକାଲି କୁଆମରା ଅଞ୍ଚଳରେ ସଂପର୍କୀୟ ଘରେ ରହୁଥିବା ନିଜର ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ ଉଦଳା ଆରଡିଏସ୍ ଡିଗ୍ରୀ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପାଠ ପଢୁଥିବା ଛାତ୍ର ଅଭିଷେକ ପ୍ରଧାନ ।

କୁଆମରା ବଙ୍ଗଳା ନିକଟରେ ଉଭୟ ପୁଅ ଏବଂ ଝିଅ ଥିବାବେଳେ ଝିଅର ସଂପର୍କୀୟ ଆସି ଝିଅକୁ ସେଠାରୁ ନେଇଯାଇଥିଲେ । ଏହା ପରେ ଝିଅର ପରିବାର ଲୋକେ ଏବଂ ଗ୍ରାମବାସୀମାନେ ପ୍ରେମିକକୁ ଧରି ମାଡ ମାରିଥିଲେ । ଏହି ସମୟରେ ଛାତ୍ର ଅଭିଷେକ ନିଜ ବ୍ୟାଗରୁ ଏକ ବନ୍ଧୁକ ବାହାର କରି ମାରିଦେବାକୁ ଧମକ ଦେଇଥିଲା ।

ଯାହାକୁ ନେଇ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେବା ପରେ ପୋଲିସ୍ ଛାତ୍ର ଜଣକୁ ଗିରଫ କରି ଅଧିକ ପଚରାଉଚରା କରୁଛି । ସେପଟେ ଏହା ଖେଳଣା ବନ୍ଧୁକ ବୋଲି ଛାତ୍ର ଜଣକ କହୁଥିବା ବେଳେ ଗିରଫ ଛାତ୍ରଙ୍କ ଘର ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳରେ ବୋଲି ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.