ବିଦ୍ୟାଳୟରେ ଅଳିଆ ସଫା କରୁଥିବା ବେଳେ ଛାତ୍ରକୁ କାମୁଡ଼ିଦେଲା ସାପ

ପୁରୀ: ସକାଳୁ ସକାଳୁ କ୍ରିଷ୍ଣା ବୋଉକୁ ମାଗିଥିଲା ବୋଉ ଜଲଦି ଖାଇବାକୁ ଦେ । ମୁଁ ଖାଇକି ସ୍କୁଲ୍ ଯିବି । ଆଉ ବୋଉ ବି ପୁଅ ପାଇଁ ସଙ୍ଗେ ସଙ୍ଗେ ଖାଇବାକୁ ବାଢ଼ିଦେଇଥିଲା । କ୍ରିଷ୍ଣା ଚଟାପଟ ଖାଇଦେଇ ବାହାରି ଯାଇଥିଲା ସ୍କୁଲ୍ । କିନ୍ତୁ ସେ କଣ ଜାଣିଥିଲା ସ୍କୁଲରେ ତା ସହ ଏମିତି କିଛି ଘଟିଯିବ ବୋଲି । ସ୍କୁଲ୍ ପାଠ ପଢ଼ା ସମୟରେ ଶିକ୍ଷୟୀତ୍ରି ପିଲା ମାନଙ୍କୁ ପ୍ରଶ୍ନ ପଚାରିଥିଲେ । ଉତ୍ତର ନଦେବାରୁ ପିଲା ମାନଙ୍କୁ ଚାଉଳ ଗୃହ ସଫା କରିବାକୁ କହିଥିଲେ ଦିଦି । ପିଲା ମାନେ ଅଳିଆ ସଫା କରୁଥିବା ବେଳେ ଘଟିଗଲା ଅଘଟଣ । ସାଇ କ୍ରିଷ୍ଣାଙ୍କୁ କାମୁଡ଼ିଦେଲା ସାପ ।
ହଁ ଆଜ୍ଞା, ପୁରୀ ଜିଲ୍ଲା ପୋପରଙ୍ଗା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ଅଘଟଣ । ଚତୁର୍ଥ ଶ୍ରେଣୀ ଛାତ୍ର ସାଇକ୍ରିଷ୍ଣା ପ୍ରଧାନଙ୍କୁ ସାପ କାମୁଡିବାରୁ ଅସୁସ୍ଥ ହୋଇ ସେ ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଆଜି ସକାଳୁ ସ୍କୁଲ୍ ଗେଟ୍ ରେ ତାଲା ପକାଇ ଅଭିଭାବକ ମାନେ ପ୍ରତିବାଦ କରିଥିଲେ l ତେବେ ଆଜି ସ୍କୁଲ ରେ ଏକ ସରକାରୀ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଏଥିପାଇଁ ବିଦ୍ୟାଳୟ ପରିସର ସଫା କରା ଯାଉଥିଲା l ତେବେ ସାପ କାମୁଡିବା ପରେ ସଙ୍ଗେ ସଙ୍ଗେ ପିପିଲି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରିଥିବା ବେଳେ ଏବେ ଦେହ ଠିକ ଥିବାର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି l
ସେପଟେ ଶିକ୍ଷୟତ୍ରୀଙ୍କ କାର୍ଯ୍ୟଧାରାକୁ ଅଭିଭାବକ ବିରୋଧ କରିଥିବା ବେଳେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ l ତେବେ ଘଟଣା ସ୍ଥଳରେ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ଏହି ଘଟଣାକୁ ତଦନ୍ତ କରିବା ପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l