ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଚରମ ନିଷ୍ପତ୍ତି, ଛାତ୍ର କଲେ ଆତ୍ମହତ୍ୟା

ଜଗତସିଂହପୁର : ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା। ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରବ୍ଲକ ଅଳସୁଧା ପଞ୍ଚାୟତ ଅଳସୁଧା ଗାଁରେ। ଅଳସୁଧା ଗାଁର ପ୍ରଭାକର ରାଉତଙ୍କ ପୁଅ ବଳରାମ ରାଉତ(୧୭) ନିଜର ମାନସିକ ଭାରସାମ୍ୟ ହରାଇ ନେଇଛନ୍ତି ଚରମ ନିଷ୍ପତ୍ତି । ଉକ୍ତ ଛାତ୍ରର ମୃତ ଶରୀର ବ୍ୟବଛେଦ ନିମନ୍ତେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ଅଟକ ରହିଛି । ସେପଟେ ସେ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଆଶା ଅନୁଯାୟୀ ନମ୍ବର ନରହିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।