ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ଛାତ୍ର, କଲେଜ ବିରୋଧରେ ପରିବାର ଲୋକଙ୍କ ଅଭିଯୋଗ

ଭୁବନେଶ୍ୱର : କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯାତନା ସହି ନ ପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଛାତ୍ର । କଲେଜ ବିରୋଧରେ ପରିବାର ଲୋକଙ୍କ ଅଭିଯୋଗ ପରେ ତମଣ୍ଡୋ ଥାନାରେ ମାମଲା ରୁଜୁ  ।  ଗତକାଲି  ଲିଙ୍ଗରାଜ ଷ୍ଟେସନ ପାଖରେ ଟ୍ରେନରେ ଆତ୍ମହତ୍ୟା କରିଛନ୍ତି ଛାତ୍ର ତପନ ଆଚାର୍ଯ୍ୟ । ବୟସ 22 ବର୍ଷ । ବୋତଣ୍ଡା ଗ୍ରାମ ମହାବୀର ନଗରର ବାସିନ୍ଦା ଅଜୟ ଆଚାର୍ଯ୍ୟଙ୍କ ଏକ ମାତ୍ର ପୁଅ ଥିଲେ ତପନ । ସେ ଏକ ଘରୋଇ କଲେଜରେ ପଢ଼ୁଥିବା ବେଳେ କଲେଜର ମାନସିକ ଚାପ ପାଇଁ ପୁଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପା ।

ଆଜି 11ଟା ସମୟରେ ପୁଅକୁ କୌଣସି କାରଣ ବଶତଃ କଲେଜରେ ମିଟିଂ କରି ପୁଅର ମୋବାଇଲ ସିଲ କରିଥିଲେ ।  ଏମିତି କି ପରିବାର ତରଫରୁ କଲ କରିଥିଲେ ମଧ୍ୟ ପୁଅ କଲ ନ ଉଠାଇ ପାରିବାରୁ ପରବର୍ତ୍ତୀ ସମୟରେ କଲେଜକୁ କଲ କରିଥିଲେ ପରିବାର ଲୋକ । ତେବେ କଲେଜ କର୍ତ୍ତୃପକ୍ଷ ଆସନ୍ତାକାଲି 11ଟା ବେଳେ ବାପା ମା ଆସିବାକୁ କଲେଜକୁ କହିଥିଲେ । ହେଲେ ପୁଅ ନ ମିଳିବାରୁ ବ୍ୟାଟେରୀ ଗାଡିକୁ ଟ୍ରାକ କରି ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ ପରିବାର ଲୋକେ । ସେଠାରେ ତପନର ଶବ ଦେଖିବା ପରେ କଲେଜ ବିରୋଧରେ ଅଭିଯୋଗ କରିଛନ୍ତି ।