ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ଛାତ୍ରର ଅତ୍ମହତ୍ୟା, ଗଛରେ ଲେଖିଲା କାରଣ

ବାସୁଦେବପୁର(କେନ୍ୟୁଜ୍): ମାଟ୍ରିକ ରେଜଲ୍ଟ ବାହାରିବାକୁ ରହିଲା ମାତ୍ର ଆଉ କିଛି ଦିନ। ତା ପୂର୍ବରୁ ଜଣେ ଛାତ୍ର ବେକରେ ରଶୀ ଲଗାଇ କରିଛି ଆତ୍ମହତ୍ୟା । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତରେ ।

ଗତକାଲି ଅପରାହ୍ନରେ ସେହି ପଂଚାୟତର ଶ୍ରୀଧର ନାୟକଙ୍କ ୧୫ବର୍ଷିୟ ପୁଅ ମାନସ କୌଣସି କାରଣକୁ ନେଇ ନିକଟସ୍ଥ ମଧୁସୁଦନପୁର କେନାଲ ବନ୍ଧ ନିକଟରେ ଥିବା ଏକ ଅର୍ଜୁନ ଗଛରେ  ନିଜ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଗଛ ପାଖରେ  ତା ସାଇକେଲ ପଡିଛି। ଆଉ ଗଛରେ ଲେଖିଛି କଣ ପାଇଁ କରିଛନ୍ତି ଆତ୍ମହତ୍ୟା ।

ଗ୍ରାମବାସୀ ମାନେ ବିଲ ମଝିରେ ଥିବା ଗଛରେ ଏକ ଶବ ଝୁଲୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକ ପହଁଚିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଚି ଶବ ଜବତ କରିବା ସହିତ , ଗାଡି ନମିଳିବାରୁ ମହାନତା ଦେଖାଇ ପୋଲିସ ଗାଡିରେ ଶବକୁ ନେଇ ଆସିଥିଲେ । ଆଜି ଶବ ବ୍ୟବଛେଦ ପାଇଁ ଭଦ୍ରକ ପଠାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.