ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର(କେନ୍ଯୁଜ୍) : ୧୦ରେ ଛାତ୍ର କଂଗ୍ରେସର ବିଧାନସଭା ଘେରାଉ। ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଆସନ୍ତା ୧୦ତାରିଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ବଳ ପ୍ରୟୋଗ କରି ଛାତ୍ର କଂଗ୍ରେସର କଣ୍ଠରୋଧ କରିବା ପାଇଁ ଅପଚେଷ୍ଟା କରିବା ସହିତ ଏଭଳି ଅଗାଣତାନ୍ତ୍ରିକ ପଦକ୍ଷେପକୁ ଛାତ୍ର କଂଗ୍ରେସ ଖାତିର କରିବ ନାହିଁ ବୋଲି ସଭାପତି ୟାସିର ନୱାଜ କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଅଜୟ ସାହୁ, ଆଦିତ୍ୟ ପ୍ରିତମ ଦାସ, ବିକାଶ ପଶୁପାଳକ ଓ ବିଶ୍ବଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।