ବିଷାକ୍ତ ଫଳ ଖାଇ ଭଦ୍ରକ ଅରେଇକଣା ସ୍କୁଲ ଛାତ୍ର ଛାତ୍ରୀ ଅସୁସ୍ଥ

ଭଦ୍ରକ (କେନ୍ୟୁଜ୍‌) : ବିଷାକ୍ତ ଫଳ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ଅସୁସ୍ଥ ଛାତ୍ର ଛାତ୍ରୀମାନଙ୍କୁ ଭଣ୍ଡରୀପୋଖରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଯାହା ସୂଚନା ମିଳିଛି କି ଅରେଇକଣା ସ୍କୁଲରେ ଏହି ଘଟଣା ଘଟିଛି । ଖେଳଛୁଟିରେ ପିଲାମାନେ ଖେଳିବାକୁ ଯାଇଥିବା ବେଳେ ଅଜାଣତରେ ବିଷାକ୍ତ ଫଳ ଖାଇ ଦେଇଥିଲେ । ତା ପରେ ସେମାନଙ୍କର ବାନ୍ତି ହେଲା । ଏହା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ମେଡିକାଲ ନେଇ ଯାଇଥିଲେ । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ତେବେ ଅଭିଭାବକମାନେ ଏହି ଘଟଣାରେ ଭୟ ପାଇ ଯାଇଛନ୍ତି ।

ପ୍ରାୟ ୧୫ ଜଣ ଛାତ୍ର ଛାତ୍ରୀ ଏହି ଫଳ ଖାଇ ଅସୁସ୍ଥ ଥିବା ଜଣାପଡ଼ିଛି । ଘଟଣା ଜଣାପଡ଼ିବା ପରେ ବ୍ଲକ୍‌ ଶିକ୍ଷା ଅଧିକାରୀ ମେଡିକାଲରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତି । ଏହା ସହିତ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.