ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

କଟକ(କେନ୍ଯୁଜ୍):ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ। ଯୁକ୍ତ ୨ ଏକ୍ସରେଗୁଲାର ଛାତ୍ରୀ ହାତ କାଟିଛନ୍ତି। ଦଶମ ଶ୍ରେଣୀ ମୂଲ୍ୟାୟନ ଆଧାରରେ ଯୁକ୍ତ ୨ରେ ମାର୍କ ପ୍ରଦାନ ଦାବିରେ କାଟିଛନ୍ତି ହାତ। ଯୁକ୍ତ ୨ରେ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି କାଉନସିଲ ଅଫିସ ଘେରାଉ କରିଥିଲେ।

ଚଳିତବର୍ଷ ଯୁକ୍ତ ୨ଡ୍ରପ୍‌ ଆଉଟ ଓ ଏକ୍ସରେଗୁଲାରରେ ମୂଲ୍ୟାୟନରେ ପକ୍ଷପାତିତା ଅଭିଯୋଗ କରି ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ଦଶମ ମାର୍କ ଆଧାରରେ ମୂଲ୍ୟାୟନ ସହ ଅକ୍ଟୋବର ପହିଲାରୁ ହେବାକୁ ଥିବା ଅଫ୍‌ଲାଇନ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ। ଏହାସହ ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଥିଲେ। ସପ୍ତାହେ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି। ହାତ କାଟିଥିବା ଛାତ୍ରୀଜଣକ ବ୍ରହ୍ମପୁରର ନନ୍ଦିନୀ ବେହେରା ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.