କଲେଜ ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର (କେନ୍ୟୁଜ୍) : ବୋଧହୁଏ ନିଜ ହାତରେ ନିଜ ଜୀବନ ହାରିବା ଘଟଣା ଥମିବ ନାହିଁ । ପ୍ରତିଦିନ ଏଭଳି ଅଘଟଣ ଘଟି ଚାଲିଛି । ଏବେ ଏଭଳି ଏକ ଖବର ଆସିଛି ଭୁବନେଶ୍ୱର ବିଜେବି କଲେଜରୁ । କଲେଜର ଲେଡିଜ ହଷ୍ଟେଲରୁ ଏକ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା କୁହାଯାଉଛି । ଛାତ୍ରୀ ଜଣଙ୍କ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ନେଇ ସୂଚନା ମିଳିଛି । ଖବର ପାଇବା ପରେ ବଡ଼ଗଡ଼ ଥାନା ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ଛାତ୍ରୀଙ୍କ ନାଁ ହେଉଛି ରୁଚିକା ମହାନ୍ତି ବୋଲି ଜଣାଯାଇଛି । ତେବେ କଣ ପାଇଁ ସେ ଏମିତି ଏକ ପଦକ୍ଷେପ ନେଲେ ତାହା ପଛର ପ୍ରକୃତ କାରଣ କଣ ସେବାବଦରେ ଜଣାପଡ଼ିନାହିଁ ।