ଭୁବନେଶ୍ବର IIT ଛାତ୍ରୀଙ୍କ ମୃତଦେହ ଉଦ୍ଧାର, କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଭୁବନେଶ୍ବର IIT ଛାତ୍ରୀଙ୍କ ମୃତଦେହ ଉଦ୍ଧାର ।  ଭୁବନେଶ୍ବର IITରେ ଅଭାବନୀୟ ଘଟଣା । IIT ବିଟେକ୍ ତୃତୀୟ ବର୍ଷ ଛାତ୍ରୀ ପଞ୍ଚମ ମହଲା ଛାତରୁ ଡେଇଁ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଦିଲ୍ଲୀର କୃତ୍ତିକା ରାଜ ।  ତାଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ଅରୁଗୁଳ ସ୍ଥିତ ଭୁବନେଶ୍ବର IITର ଜଣେ ଛାତ୍ରୀ ପଞ୍ଚମ ମହଲାରୁ ଡେଇଁ ପଡିବା ଯୋଗୁଁ ତାଙ୍କର ମୃତ୍ଯୁ ହୋଇଛି ।  ମୃତ ଛାତ୍ରୀ ଜଣଙ୍କ ଦିଲ୍ଲୀର କ୍ରିତିକା ରାଜ ବୋଲି ଜଣାପଡିଛି । ସେ IITର ତୃତୀୟ ବର୍ଷର ଛାତ୍ରୀ ଥିଲେ । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି  ।  ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ତେବେ ଛାତ୍ରୀ ଜଣଙ୍କ କେଉଁ କାରଣ ପାଇଁ ଜୀବନ ହାରିଲେ କାରଣ ଅସ୍ପଷ୍ଟ ରହିଛି ।

 

 

 

 

You might also like