ଦୟା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ, ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି

ଘରେ ଆକ୍ବାରିୟମରେ ମାଛ ନେଇ ସୌଖିନରେ ରଖିବାକୁ। ସବୁଦିନ ଭଳି ଆଜି ଅପରାହ୍ନରେ ଆସିଥିବା ବେଳେ ସୁମିତେନ୍ଦ୍ରଙ୍କ ହଠାତ୍ ଗୋଡ ଖସି ଯାଇଥିଲା। ଯାହା ଫଳରେ ଗଭୀର ପାଣିକୁ ଚାଲି ଯାଇଥିଲେ।

ଭୁବନେଶ୍ବର(କେନ୍ୟୁଜ୍): ଦୟା ନଦୀରେ ବୁଡି ଜଣେ ଛାତ୍ର ନିଖୋଜ। ଅଗ୍ନିଶମ କର୍ମଚାରୀଙ୍କ ଖୋଜାଖୋଜି ଜାରି। ପାରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ସାଢେ଼ ଚାରିଟା ସମୟରେ ଇନ୍ଦିରା କଲୋନୀର ବାସିନ୍ଦା ସୌମେନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ପୁଅ ସୁମିତେନ୍ଦ୍ର ସାହୁ  ବାହାର କୁ ଖେଳିବାକୁ ଯାଉଛି ବୋଲି ଘରେ ମାଆଙ୍କୁ କହି ଯାଇଥିଲେ।

ସୁମିତେନ୍ଦ୍ର ଅନ୍ୟ ତିନି ଜଣ ଛାତ୍ର ମାନଙ୍କ ସହିତ ମିଶି  ଦୟା ନଦୀକୁ ଆସିଥିଲେ ଗାଧୋଇବା ପାଇଁ। ଏହାସହିତ ମାଛ ମଧ୍ୟ ଧରୁଥିଲେ। ସୁମିତେନ୍ଦ୍ରଙ୍କ ଏହା ନୀତିଦିନିଆ ଘଟଣା ଥିଲା। କାହିଁକି ନା ଘରେ ଆକ୍ବାରିୟମରେ ସବୁଦିନ ମାଛ ନେଇ ସୌଖିନରେ ରଖନ୍ତି।ସବୁଦିନ ଭଳି ଆଜି ଅପରାହ୍ନରେ ଆସିଥିବା ବେଳେ   ସୁମିତେନ୍ଦ୍ରଙ୍କ ହଠାତ୍ ଗୋଡ ଖସି ଯାଇଥିଲା। ଯାହା ଫଳରେ ଗଭୀର ପାଣିକୁ ଚାଲି ଯାଇଥିଲେ।

ଏହି ଘଟଣାଟି ଘଟିଛି ଦୟା ନଦୀ ଓଭର୍ ବ୍ରିଜ୍ ନିକଟରେ । ଯେତେ ବେଳେ ସୁମିତେନ୍ଦ୍ର ପାଣିରେ ବୁଡି ଗଲେ ପାଖରେ ଥିବା ଅନ୍ୟ ଛାତ୍ର ମାନେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ପହଞ୍ଚି ଥିଲେ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଅନେକ ଖୋଜା ଖୋଜି କରିଥିଲେ। ହେଲେ ନିଖୋଜ ଛାତ୍ରଙ୍କୁ ପାଇ ନଥିଲେ। ଘଟଣା ସ୍ଥଳରେ ପରିବାର ଲୋକ ମଧ୍ୟ ପହଞ୍ଚିଥିଲେ। ଏହି ଘଟଣାକୁ ନେଇ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗ୍ନିଶମ ବିଭାଗ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଖୋଜିବା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.