ଭୁବନେଶ୍ବର(କେନ୍ଯୁଜ୍ ) : ଛାତ୍ର ସଂସଦ ନିର୍ବାଚନ ପାଇଁ କ୍ୟାମ୍ପସ ଉଠୁଛି ପଡ଼ୁଛି । ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା ନାମାଙ୍କନ ଦାଖଳ । ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ । ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଆସନ୍ତାକାଲି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଅକ୍ଟୋବର ୧୦ ତାରିଖରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ ଅନୁଷ୍ଠିତ ହେବ । ୧୧ ତାରିଖରେ ଭୋଟିଂ ପରେ ଗଣତି ଓ ଅପରାହ୍ନ ୫ରେ ଫଳାଫଳ ପ୍ରକାଶ ପାଇବ । ୧୨ ତାରିଖରେ ନବ ନିର୍ବାଚିତ ଛାତ୍ର ନେତାମାନେ ଶପଥ ଗ୍ରହଣ କରିବେ । ଲିଙ୍ଗଡୋ କମିଶନଙ୍କ ସୁପାରିସକୁ କଡାକଡି ଭାବେ ପାଳନ କରିବାକୁ ପ୍ରାର୍ଥୀଙ୍କୁ କହିଛନ୍ତି। ହିଂସା ଯୋଗୁ କିଛି ବିଶ୍ୱବିଦ୍ୟାଳୟ ଓ କଲେଜରେ ନିର୍ବାଚନ ବାତିଲ କରି ଦିଆଯାଇଛି।
ଯାଜପୁର ଏନ୍. ସି. କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ୍ । ଏହାସହ କଲେଜକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି । ପୂର୍ବରୁ ନିର୍ବାଚନକୁ ନେଇ କଲଜେର ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଦେଖାଦେଇଥିଲା । ଗତକାଲି ରାତିରେ ଛାତ୍ରୀ ନିବାସରେ ବୋମାମାଡ଼ ବି ହୋଇଥିଲା । ପରିସ୍ଥିତି ଅଣାୟତ ହେବାରୁ କଲେଜକୁ ସାଇନ୍-ଏ-ଡାଏ ଘୋଷଣା କରାଯାଇଛି । ନିର୍ବାଚନ ବନ୍ଦ ହେବା ପ୍ରତିବାଦରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବା ସହ ଅଧ୍ୟକ୍ଷଙ୍କ ବଦଳି ଦାବି କରିଛନ୍ତି ।
କେନ୍ଦୁଝର ଆନନ୍ଦପୁର କଲେଜରେ ବୋମାମାଡ଼ । ଅଫିସ ଉପରେ ବୋମାମାଡ଼ ହୋଇଛି । ହାତ ତିଆରି ବୋମା ଫିଙ୍ଗା ଯାଇଥିବା ଜଣା ପଡିଛି । ବୋମା ମାଡ଼ରେ ଅଫିସର ଝରକା ଭାଂଭି ଯାଇଛି । କଲେଜ ପରିସରରେ ପୋଲିସ ମୁତୟନ ହୋଇଛନ୍ତି । ଗତରାତିରେ ବୋମାମାଡ଼ ସତ୍ତ୍ୱେ ଆଜି ନାମାଙ୍କନ ପ୍ରକ୍ରିୟା ହୋଇଛି । ତେବେ ନିର୍ବାଚନ ମାହୋଲ ବେଳେ ବୋମାମାଡ଼ ଛାତ୍ରଛାତ୍ରୀଙ୍କୁ ଭୟଭିତ କରିଛି।