ଗୁରୁ ଓ ଶିଷ୍ଯ ପବିତ୍ର ସମ୍ପର୍କରେ ଲାଗିଲା ଦାଗ, ଶିକ୍ଷକଙ୍କ ଅସଦାଚରଣ ଶିକାର ହେଲେ ୪ର୍ଥ ଶ୍ରେଣୀର ଛାତ୍ରୀ

ନିଆଳି (କେନ୍ଯୁଜ୍): ପୁଣି ଗୁରୁ ଓ ଛାତ୍ରୀଙ୍କ ପବିତ୍ର ସର୍ମ୍ପକରେ ଲାଗିଲା ଦାଗ । ୪ର୍ଥ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଙ୍କ ସହ ଶିକ୍ଷକ ଅସଦାଚରଣ କରିଥିବା ନେଇ ଆସିଛି ଅଭିଯୋଗ । ଏନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କଟକ ଜିଲ୍ଲା ନିଆଳି ଥାନାରେ ହୋଇଛି ଅଭିଯୋଗ । ଏଭଳି ଘଟଣା ଘଟିଛି ନିଆଳି ଥାନା ବଡ଼କୋରକର ପ୍ରାଥମିକ ବିଦ୍ୟାଳୟରେ ।
ଅଭିଯୁକ୍ତ ଶିକ୍ଷକ ମଲିକ ଆକୁବଙ୍କୁ ଗାଁ ଲୋକେ କିଛି ସମୟ ଖରାରରେ ଠିଆ କରିଥିଲେ । ପରେ ମାଡ଼ ମାରିଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି । ସ୍କୁଲ ପରିସରରେ ଲାଗି ରହିଥିଲା ଉତ୍ତେଜନା । ଘଟଣା ସ୍ଥଳକୁ ପୋଲିସ ଓ ନିଆଳି ଏ.ବି.ଓ ପହଁଚି ଘଟଣାର ତଦନ୍ତ କରୁଛନ୍ତି । ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସମାଧାନ ହୋଇପାରିନାହିଁ । ଗାଁ ଲୋକେ ଅଭିଯୁକ୍ତ ଶିକ୍ଷକଙ୍କୁ ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଇଥିଲେ । ତେବେ ସମସ୍ତ ଘଟଣାକୁ ଅସ୍ୱିକାର କରିଛନ୍ତି ଶିକ୍ଷକ ଜଣଙ୍କ ।