IITରେ ଜୀବନ ହାରିଲେ ଛାତ୍ର, ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢୁଛି ଛାତ୍ର ମୃତ୍ୟୁ

ଭୁବନେଶ୍ବର : ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନରେ ବଢୁଛି ଛାତ୍ର ମୃତ୍ୟୁ । ଆଇଆଇଟି ଖଡ଼ଗପୁରରେ ଆଉ ଜଣେ ଛାତ୍ର ଜୀବନ ହାରିଛନ୍ତି । ୧୫ ଦିନ ଭିତରେ ଦ୍ବିତୀୟ ଘଟଣା । ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଜୀବନ ହାରିବା ଘଟଣା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ଓଡ଼ିଶାରେ ମଧ୍ୟ ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ଏପରି ଘଟଣା ଘଟୁଛି । କିନ୍ତୁ ଭୁବନେଶ୍ବରର ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜୀବନ ହାରିବା ଘଟଣାରେ ୟୁନିଭର୍ସିଟିକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରୁଛନ୍ତି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ।
ଆଇଆଇଟି ଖଡଗପୁରରେ ଆଉ ଜଣେ ଛାତ୍ରଙ୍କ ଜୀବନ ହାରିଛନ୍ତି । ସିଭିଲ ଇଞ୍ଜିନିୟରିଂ ପଢୁଥିବା ତୃତୀୟ ବର୍ଷର ଛାତ୍ର ଜୀବନ ହାରିଛନ୍ତି । ଛାତ୍ରଜଣକ ତାଙ୍କ ବାନ୍ଧବୀଙ୍କ ସହ ଭିଡ଼ିଓ କଲରେ ଲାଇଭ୍ କଥା ହେଉଥିବା ସମୟ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ରବିବାର ସକାଳୁ ହଷ୍ଟେଲ ରୁମରୁ ମୃତ ଦେହ ଉଦ୍ଧାର ହୋଇଥିଲା ।
ଗତ ୧୫ ଦିନ ମଧ୍ୟରେ ଆଇଆଇଟି ଖଡ଼ଗପୁର କ୍ୟାମ୍ପସ୍ରେ ଦୁଇ ଦୁଇଟି ଛାତ୍ର ନିଜ ଜୀବନ ହାରିଛନ୍ତି । ଏପ୍ରିଲ ୨୦ ତାରିଖରେ ଓସେନ ଇଞ୍ଜିନିୟରିଂ ଆଣ୍ଡ ନାଭାଲ ଆର୍କିଟେକ୍ଚର ବିଭାଗର ଚତୁର୍ଥ ବର୍ଷର ଛାତ୍ରଙ୍କ ମୃତଦେହ ମିଳିଥିଲା । ଜାନୁଆରୀ ୧୨ ତାରିଖରେ ଜଣେ ତୃତୀୟ ବର୍ଷ ଛାତ୍ରଙ୍କ ମୃତଦେହ ହଷ୍ଟେଲ ରୁମରୁ ମିଳିଥିଲା । ଗତ ବର୍ଷ ଜୁନ ମାସରେ ଜଣେ ବାୟୋଟେକ୍ନଲୋଜି ବିଭାଗର ଚତୁର୍ଥ ବର୍ଷର ଛାତ୍ରୀ ନିଜ ଜୀବନ ହାରିଥିଲେ।
ସଂପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୀବନ ହାରିବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିନେଇ ସୁପ୍ରିମ୍କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଗତ ମାର୍ଚ୍ଚ ୨୪ ତାରିଖରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ଉପରେ ଧ୍ୟାନ ଦେଇ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟଗତ ଚିନ୍ତା ସମାଧାନ ଓ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ ସେ ନେଇ ସୁପ୍ରିମ୍କୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟଙ୍କ ଅଧ୍ୟକ୍ଷତାରେ ନ୍ୟାସ୍ନାଲ୍ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ସଚିବ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ଏବଂ ଆଇନଗତ ବ୍ୟାପାର ବିଭାଗର ସଚିବମାନେ ଏହାର ପଦାଧିକାରୀ ସଦସ୍ୟ ରହିଛନ୍ତି ।
Also read: ବିଜେଡିର ରାଜନୈତିକ ବ୍ୟାପାର କମିଟି ଗଠିତ, ୧୦ ଜଣିଆ କମିଟିର ଅଧ୍ୟକ୍ଷ ନବୀନ ପଟ୍ଟନାୟକ