ଦୃଷ୍ଟିହୀନଙ୍କ ପାଇଁ ଚିନ୍ତା କଲେ ଛାତ୍ରୀ । ଛାତ୍ରୀଙ୍କ ଅଭିନବ କୌଶଳ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି । ଅତ୍ୟାଧୁନିକ ଜିନିଷକୁ ନେଇ ପ୍ରସ୍ତୁତ କରିଛନ୍ତି ଏକ ଭିନ୍ନ ଜୋତା । ଯାହା ଦୃଷ୍ଟିହୀନଙ୍କୁ ରାସ୍ତା ଦେଖାଇବାରେ ସାହାଯ୍ୟ କରିବ । ଏହି ଜୋତା ପିନ୍ଧିଲେ ଦୃଷ୍ଟିହୀନମାନେ ସହଜରେ ରାସ୍ତା ପାର୍ କରିପାରିବେ ।
ଅସ୍ତରଙ୍ଗ ସରକାରୀ ଉଚ୍ଚବିଦ୍ୟାଳୟ ଠାରେ ଆୟୋଜିତ ହୋଇଛି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା । ଏହି ବିଜ୍ଞାନ ମେଳାରେ ବ୍ଲକର ମୋଟ ୧୦୫ ଗୋଟି ସରକାରୀ ପ୍ରାଥମିକ ଏବଂ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ଗୋଟିଏ ପ୍ରକଳ୍ପ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।
ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଶୁଭ୍ରଜ୍ୟୋତି ପରିଡା ବ୍ଳାଇଣ୍ଡ ସପୋର୍ଟର ନାମରେ ଏକ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏହି ପ୍ରକଳ୍ପରେ ସେ ଦୃଷ୍ଟିହୀନ ଲୋକମାନଙ୍କ ପାଇଁ ଏକ ମ୍ୟାଜିକ ସୁଜ୍ ନିର୍ମାଣ କରିଛନ୍ତି ଯାହା ଦୃଷ୍ଟିହୀନ ଲୋକମାନଙ୍କୁ ବାଟ କଢେଇବାରେ ସାହାଜ୍ୟ କରିବ । ଏହି ଜୋତା ପିନ୍ଧି ରାସ୍ତାରେ ବାଟ ଚାଲିଲେ ରାସ୍ତାରେ ରହିଥିବା ଖାଲ ଓ ପଥରକୁ ସହଜରେ ଚିହ୍ନଟ କରିବ ଜୋତା । ଖାଲ ଢିପ ଆସିଲେ ଜୋତାରେ ଲାଗିଥିବା ଏକ ଡିଭାଇସ୍ ସଙ୍ଗେ ସଙ୍ଗେ ବଜରକୁ ବଜାଇଦେବ ଯାହା ଫଳରେ ଦୃଷ୍ଟିହୀନ ଲୋକଟି ରାସ୍ତାର ଖାଲ ସ୍ଥାନକୁ ପରିବର୍ତ୍ତନ କରି ଭଲ ରାସ୍ତାରେ ଯାଇପାରିବ ଏବଂ ଦୁର୍ଘଟଣାରୁ ରକ୍ଷା ପାଇପାରିବ ।