ବିଜେବି କଲେଜରେ ପୁଣି ରାଗିଂ: ୫ଜଣ ସିନିୟର ଛାତ୍ର ଯୁକ୍ତ ଦୁଇ ଛାତ୍ରଙ୍କୁ କାନ ଧରି ଉଠ ବସ୍‌ କରାଇବା ସହ ମାଡ ମାରିଥିବା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ପୁଣି ଛାତ୍ରଙ୍କୁ ରାଗିଂ ଅଭିଯୋଗ। ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ। ୫ଜଣ ସିନିୟର ଛାତ୍ର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଂ ଅଭିଯୋଗ। ଏନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିଛନ୍ତି ଛାତ୍ର।

କାନ ଧରି ଉଠ ବସ୍‌ କରାଇବା ସହ ସିନିୟରମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ତଦନ୍ତ କରୁଛି ବରଗଡ଼ ଥାନା ପୋଲିସ। ଘଟଣା ନେଇ କଲେଜ କର୍ତ୍ତୁୁପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.