ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ପରୀକ୍ଷା ବେଳେ ହଷ୍ଟେଲ ଛାଡିବାକୁ କୁହାଯିବାରୁ ପ୍ରତିବାଦ

ଭୁବନେଶ୍ବର: ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସମୟରେ ହଷ୍ଟେଲ ଛାଡିବା ପ୍ରତିବାଦରେ ଆନ୍ଦୋଳନ ହୋଇଛି । କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶିକ୍ଷାନୁଷ୍ଠାନର କିଛି ବିଭାଗ ସହ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହଷ୍ଟେଲ ଖାଲି କରିବା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛି ବିଏମସି। ଏଥିପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଅସନ୍ତୋଷ । ବିଶ୍ୱବିଦ୍ୟାଳୟ ଛାତ୍ର ସଙ୍ଗଠନ ପକ୍ଷରୁ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି। ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର ଦାବରେ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.