ଦଶମ ରେଜଲ୍ଟ ବାହାରିବା ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା, ଦେହରେ ଲଗାଇ ଦେଲେ ନିଆଁ

ବ୍ରହ୍ମପୁର (କେନ୍ୟୁଜ): ଦିଗପହଣ୍ଡି ରାଣୀ ସାହିରେ ମାଟ୍ରିକ ରିଜଲ୍ଟ ବାହାରିବା ପୂର୍ବରୁ ଜଳିଗଲେ ଛାତ୍ରୀ । ଛାତ୍ରୀଙ୍କ ନା କଳ୍ପନା ଜେନା । ନିଜ ଦେହରେ କିରୋସିନି ଢାଳି ଲଗାଇଦେଲେ ନିଆଁ । ହେଲେ ସେ କାହିଁକି ଏପରି କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପଦ୍ମନାଭପୁର ଏକ ଘରୋଇ ଶିକ୍ଷାନୁଷ୍ଠାନ ( ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର )ରେ ପଢୁଥିଲେ ଛାତ୍ରୀ ଜଣକ । ହୁତ ହୁତ ଜଳିବା ଅବସ୍ଥାରେ ପୋଲିସ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘଟଣା ସ୍ଥଳରେ କିରୋସିନି ବ୍ୟାରେଲ ଥିବା ଜଣାପଡିଛି । ଛାତ୍ରୀ ଜଣକର ବାପା ମାଆ ବାହାରେ ରହୁଥିବା ବେଳେ ବଡ଼ ବାପାଙ୍କ ନିକଟରେ ରହୁଥିଲେ । ତେବେ ଛାତ୍ରୀ ଜଣକ ପଦ୍ମନାଭପୁର ସ୍କୁଲ ହଷ୍ଟେଲରେ ରହୁଥିଲେ ବୋଲି ଜଣାପଡିଛି । ଆଜି ଦିନ ବାର ଟା ପରେ ହଠାତ ଛାତ୍ରୀ ଜଣକ ଘରକୁ ଆସି ଏହି କାଣ୍ଡ ଘଟାଇଛନ୍ତି ।

ଘର ଭିତରେ ନିଆଁ ଜଳୁଥିବା ଦେଖି ପରିବାର ଲୋକେ ବିଚଳିତ ହୋଇପଡ଼ିଥିଲେ। ବହୁ କଷ୍ଟରେ କବାଟ ଭାଙ୍ଗି ଘର ଭିତରୁ କଳ୍ପନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ଘଟଣା ସାରା ଗାଁରେ ସ୍ତବ୍ଧ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.