କଟକ ବୋଷ କଲେଜରେ ଛାତ୍ର ଅଶାନ୍ତି, ୩ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ସ୍କୁଲ ବନ୍ଦ କରିବାକୁ ଦାବି

କଟକ : କଟକ ବୋଷ କଲେଜରେ ଛାତ୍ର ଅଶାନ୍ତି। କରୋନା ଟେଷ୍ଟ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଗେଟରେ ତାଲା ପକାଇ ଟାୟାର ଜାଳି ଧାରଣାରେ ବସିଲେ ଛାତ୍ରଛାତ୍ରୀ।

ଭୁବନାନନ୍ଦ ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ରେ ୩ ଜଣ ଛାତ୍ରଛାତ୍ରୀ ପଜିଟିଭ୍‌ ଚିହ୍ନଟ ପରେ ସ୍କୁଲ ବନ୍ଦ କରିବା ଦାବିରେ ଛାତ୍ର ଆଶାନ୍ତି ଦେଖାଦେଇଛି। ଆସନ୍ତାକାଲିଠାରୁ ହେବାକୁ ଥିବା ପରୀକ୍ଷା ବନ୍ଦ କରିବା ଲାଗି ଦାବି କରିଛନ୍ତି। ସଂକ୍ରମଣ ବଢିବା ଆଶଙ୍କାରେ ଅଫଲାଇନ୍‌ ପରୀକ୍ଷା ବନ୍ଦ କରି ଅନ୍‌ଲାଇନରେ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।