ସମ୍ବଲପୁର: ଚିପିଲିମା ଓୟୁଏଟି ହର୍ଟିକଲଚର କଲେଜରେ ଛାତ୍ର ଅସନ୍ତୋଷ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁର ଚିପିଲିମାଠାରେ ଥିବା ଓୟୁଏଟି ହର୍ଟିକଲଚର କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏଠାରେ ପଢୁଥିବା ପ୍ରାୟ ୩ଶହ ଛାତ୍ରଛାତ୍ରୀ କଲେଜ ଆଗରେ ଧାରଣାରେ ବସିଥିଲେ। ଛାତ୍ରଛାତ୍ରୀଙ୍କ ଦାବି, ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀର ଶତପ୍ରତିଶତ କେବେଳ ହର୍ଟିକଲଚର ବିଏସ୍‌ସି ଗ୍ରାଜୁଏଟଙ୍କ ପାଇଁ ସଂରକ୍ଷିତ ରହୁ। ଏହାସହ ଓପିଏସ୍‌ସି ପରୀକ୍ଷାରେ ହର୍ଟିକଲଚର ଗ୍ରାଜୁଏଟଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରୁଛନ୍ତି।