KIIT ବିଶ୍ୱ ବିଦ୍ୟାଳୟକୁ ବଦନାମ କରିବା ପାଇଁ ପରିବେଷଣ ହେଉଥିବା ଅତିରଂଜିତ ଖବରକୁ ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ନିନ୍ଦା

ଅତିରଞ୍ଜିତରୁ ସୃଷ୍ଟି ହେଉଛି ଅସନ୍ତୋଷ । KIIT ରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣା ନିଶ୍ଚିତ ଭାବେ ଦୁଃଖଦାୟକ । ଏହି ଘଟଣାରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସ୍ୱାଭାବିକ । ରାଜ୍ୟ ସରକାର ଏହି ଘଟଣାରେ ହସ୍ତକ୍ଷେପ କରି ଏକ ଉଚ୍ଚସ୍ତରୀୟ କମିଟି ଦ୍ୱାରା ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ କିଟ୍‍ କର୍ତ୍ତୃପକ୍ଷ ମଧ୍ୟ ନିଜର ତ୍ରୁଟି ସ୍ୱୀକାର କରିବା ସହ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିସାରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଆଡ଼କୁ ଗତି କରୁଛି। ଏଭଳି ସମୟରେ କିଛି ମେନଷ୍ଟ୍ରିମ୍ ମିଡିଆ ସହ ସାମାଜିକ ଗଣମାଧ୍ୟମରେ କପୋଳକଳ୍ପିତ ଓ ମିଥ୍ୟା ଖବର ପରିବେଷଣ କରାଯାଉଛି। କିଟ୍ ବିଶ୍ୱବିଦ୍ୟାଳୟକୁ ବଦନାମ କରିବାକୁ ପ୍ରୟାସ ହେଉଛି। ବିଭିନ୍ନ ଗଣମାଧ୍ୟମ ଓ ସଂଗଠନ ଏହାକୁ ଅତିରଞ୍ଜିତ କରି କ୍ରମାଗତ ଭାବେ ସମ୍ବାଦ ପରିବେଷଣ କରୁଥିବାରୁ ଛାତ୍ରଛାତ୍ରୀ, ଶିକ୍ଷାବିତ୍‍, ବୁଦ୍ଧିଜୀବୀ ଓ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ KIIT ଓ KISS ରେ ପଢୁଥିବା ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଆତଙ୍କିତ ଅବସ୍ଥାରେ ରହିଥିବା ପ୍ରକାଶ କରିଛନ୍ତି । ସେହିପରି ଏହି ଘଟଣାରେ ଦେଶର ଏକ ଖ୍ୟାତି ସମ୍ପନ୍ନ ଶିକ୍ଷାନୁଷ୍ଠାନ ଓ ଏହାର ପ୍ରତିଷ୍ଠାତାଙ୍କୁ ବଦନାମ କରାଯିବା ଠିକ୍‍ ନୁହେଁ ବୋଲି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‍ମାନେ ମତ ପୋଷଣ କରିଛନ୍ତି ।

ଗୌତମ ବୁଦ୍ଧ ଦାସ , ବିଜେଡି ବିଧାୟକ

KIIT ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ । ବାହାରେ ଏହା ଆମର ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନର ସରକାର ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ KIIT ଓଡିଆ ଅସ୍ମିତାର ଏକ ନିଦର୍ଶନ । ଜଣେ ଝିଅଙ୍କର ମୃତ୍ୟୁ ଘଟିଛି । ଏହା ଏକ ଦୁଃଖଦ ଓ ନିନ୍ଦନୀୟ ଘଟଣା । ଏହାର ତଦନ୍ତ ହେବା ଜରୁରୀ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ । ହେଲେ କିଛି ଅନୁଷ୍ଠାନ ଏହି ଦୁର୍ଘଟଣାକୁ KIIT ସହ ଜଡିତ କରି ବଦନାମ କରୁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ । KIIT କୁ ସମାଲୋଚନା ଓ ବଦନାମ କରିବା ପୂର୍ବରୁ ଜାଣିବା ଉଚିତ ଯେ ଓଡ଼ିଶା ଓ ଆଦିବାସୀ ସମ୍ପ୍ରଦାୟ ପାଇଁ KIIT ର ଭୂମିକା କଣ ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ।

ସୁରେଶ କୁମାର ରାଉତରାୟ : ବରିଷ୍ଠ କଂଗ୍ରେସ ନେତା

ଅଚ୍ୟୁତ ସାମନ୍ତଙ୍କୁ ବଦନାମ କରିବା ଖରାପ କଥା । କେବଳ ଭୁବନେଶ୍ୱର ନୁହେଁ ,ଓଡ଼ିଶା ଏବଂ ଭାରତ ଅଚ୍ୟୁତ ସାମନ୍ତଙ୍କ ପାଇଁ ଗର୍ବ କରେ ।  ମୁଁ ଆମେରିକା ,ଜର୍ମାନୀ ଓ ଫ୍ରାନ୍ସ ଯାଇଛି , ଯେଉଁଠି KIIT ଓ KISS ର ଇଂଜିନିୟର ଓ ବୈଜ୍ଞାନିକମାନେ ପ୍ରଶଂସା ପାଉଛନ୍ତି । ଆମେ ଅଚ୍ୟୁତ ସାମନ୍ତଙ୍କ ସହ ଅଛୁ । ତାଙ୍କର କେହି କିଛି କରିପାରିବେନି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ।

KIIT କୁ ବଦନାମ କରିବାକୁ ପ୍ରୟାସ କରୁଛି କିଛି ଗଣମାଧ୍ୟମ : କେଦାର ମିଶ୍ର, ବରିଷ୍ଠ ସାମ୍ବାଦିକ

ଘଟଣା ଦୁର୍ଘଟଣା ଯାହା ଘଟିଛି ସେଇଟା ଅଲଗା ଜିନିଷ କିନ୍ତୁ ଗୋଟେ ଅନୁଷ୍ଠାନ ପଛରେ ଏପରି ପଡିଯିବେ ଏମିତି ଅବସ୍ଥା କରିବେ ଯେମିତି ଅନୁଷ୍ଠାନଟି ବନ୍ଦ ହୋଇଯାଉ । ସେ ଅନୁଷ୍ଠାନ ସହିତ ଲକ୍ଷେ ଲୋକଙ୍କ ଜୀବନ ଜୀବିକା ରହିଛି । KIIT ର ସର୍ବ ଭାରତୀୟ ସ୍ତରରେ ସୁନାମ ଅଛି ଗୋଟିଏ ଘଟଣା ପରେ ତାକୁ ସମ୍ପୂର୍ଣ୍ଣ ଭାବେ ବଦନାମ କରିଦିଆଯିବ, ଏମିତି ହୁଏନି  । ଏଇ ଘଟଣାକୁ ନେଇ ରାଜନୀତି ନ କରାଯାଉ । KIIT ର କର୍ତ୍ତୃପକ୍ଷଙ୍କ ଉପରେ ବ୍ୟବସାୟୀକ ରାଗ କି ଅଲଗା କଣ ଭାବନା ଅଛି ସେଇ ଆଳରେ ଅନୁଷ୍ଠାନକୁ ବଦନାମ କରିବା ଉଚିତ ନୁହଁ । ମିଡ଼ିଆକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଉଛି  । ଗୋଟିଏ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ଦୁଇ ଦିନ ଭିତରେ ଦୁଇ ଶହ ଖବର ବାଜୁଛି, ଖାଲି KIIT ବିରୋଧରେ, କାହିଁ ଯେମିତି ଆଉ କିଛି ଖବର ନାହିଁ । ଏଥରେ ମିଡ଼ିଆର ମଧ୍ୟ କ୍ରେଡିବିଲିଟି ନଷ୍ଟ ହେଉଛି ।