ଶିକ୍ଷକଙ୍କ ବଦଳିକୁ ନେଇ ବିଦ୍ୟାଳୟ ଗେଟରେ ତାଲା ମାରି ଧାରଣା ଦେଲେ ଛାତ୍ରୀ ଓ ଅଭିଭାବକ

ମୟୁରଭଞ୍ଜ: ସ୍କୁଲ ସାମ୍ନାରେ ହୋହାଲ୍ଲା ପାଟିତୁଣ୍ଡ । ସକୁଲ୍ ଗେଟରେ ତାଲା ପକାଇଲେ ଛାତ୍ରୀ ଓ ଅଭିଭାବକ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବଦଳି ହୋଇପାରିବେନି ଶିକ୍ଷକ । ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା କମ ଓ ବଦଳିକୁ ନେଇ ଅଭିଭାବକ ଓ ସ୍କୁଲ ପିଲାଙ୍କ ଅସନ୍ତୋଷ । ରାସ୍ତାରେ ବସିଲେ ଓ ବଦଳି ବାତିଲ ସହିତ ଶିକ୍ଷକଙ୍କ ସଂଖ୍ୟା ପୂରଣ କରିବା ପାଇଁ ଦାବି କରି ଗେଟରେ ତାଲା ପକାଇଲେ । ଏଭଳି ଘଟଣା ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପାକଟିଆ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ତାଙ୍କ ଶିକ୍ଷକଙ୍କୁ ଫେରାଇ ଆଣିବାକୁ ଦାବି କରିବା ସହିତ ଜୋରଦାର ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ଖବର ଅନୁସାରେ, କସ୍ତୁରବା ଗାନ୍ଧୀ ବାଳିକା  ବିଦ୍ୟାଳୟରେ ଥିବା ଶିକ୍ଷକଙ୍କ ବଦଳିକୁ ନେଇ ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲର ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି । ସ୍କୁଲର ପିଲାମାନେ ପ୍ରଥମେ ସ୍କୁଲ ଆଗରେ ଥିବା ରାସ୍ତା ଉପରେ ଧାରଣା ଦେଇଥିଲେ। ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ଓ ସାରସ କଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ମଂଗଲ ଚରଣ ସିଂ ପହଞ୍ଚି ଛାତ୍ରୀ ଓ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ବଦଳି କରିଥିବା ଶିକ୍ଷକଙ୍କୁ ପୁଣିଥରେ ସେହି ସ୍କୁଲକୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସେ ଶିକ୍ଷକ ମାନେ ସ୍କୁଲରେ ପହଞ୍ଚି ନାହାନ୍ତି ଯାହାକୁ ନେଇ ତୀବ୍ରତର ଅସନ୍ତୋଷ ବଢିବା ସହିତ ସ୍କୁଲରେ ଆଗରେ BEO ମଂଗଲ ଚରଣ ସିଂ ଙ୍କୁ ସ୍ଥାନୀୟ ଅଭିଭାବକ ମାନେ ଅଟକ ରଖିଥିଲେ । ତେବେ ଅନେକ ବୁଝାଇବା ପରେ ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲର ମୁଖ୍ୟ ଫାଟକ ଖୋଲିଥିଲେ ।

ଆମେ ଶିକ୍ଷକଙ୍କୁ ଚାହୁଁ ବୋଲି  ଛାତ୍ରୀମାନେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଛାତ୍ରୀ ଓ ଅଭିଭାବକ । ତେବେ ବିଭିନ୍ନ ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଂଗଲ ଚରଣ ସିଂ ବିଭିନ୍ନ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବଦଳି କରି ପିଲାଙ୍କ ପାଠ ପଢା ରେ ବ୍ୟାଘତ ସୃଷ୍ଟି କରୁଥିବା ଜିଲ୍ଲା ଶିକ୍ଷା ଅଧିକାରୀ ନିକଟରେ ଲିଖିତ ଦେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଭଳି ନଜର ରହିଛି । ଅନୁମାନ କରାଯାଉଛି । ଜିଲ୍ଲା ଶିକ୍ଷା ଅଧିକାରୀ ଓ ସାରସକଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଲା ସୁତରା ଯୋଗୁଁ ଏ ଭଳି ଦୁର୍ଦ୍ଦଶା ପିଲାଙ୍କ ପାଠ ପଢାରେ ଘଟୁଛି ବୋଲି କହିଛନ୍ତି ଅଭିଭାବକ।

 

You might also like