ମଧ୍ୟାହ୍ନ ଭୋଜନରୁ ମିଳିଲା ଝିଟିପିଟି, ଖାଦ୍ୟ ଖାଇ ୨୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ବାଲେଶ୍ୱର(କେନ୍ୟୁଜ୍) : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖୋର୍ଦ୍ଧା ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ୨୪ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ଳଂଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ସମସ୍ତଙ୍କ ବାନ୍ତି ହୋଇଥିଲା। ଏହାପରେ ରୋଷେଇ ହୋଇଥିବା ଖାଦ୍ୟକୁ ଯାଞ୍ଚ କରିବା ପରେ ସେଥିରେ ଝିଟିପିଟି ପଡିଥିବା ଦେଖିବାକୁ ମିଳିଥିଲା। ପ୍ରଧାନ ଶିକ୍ଷକ ଏହାକୁ ସ୍ୱାକୀର କରିଛନ୍ତି। ଏହାପରେ ଖାଦ୍ୟକୁ ଫୋପାଡି ଦିଆଯିବା ସହ ପିଲାଙ୍କୁ ପୁଣି ଥରେ ରୋଷେଇ କରି ଖାଇବାକୁ ଦିଆଯାଇଥିବା କହିଛନ୍ତି।