ବ୍ରିଜ ତଳୁ ଛାତ୍ରର ମୃତଦେହ ଉଦ୍ଧାର, ପାଖରେ ପଡିଛି ଚପଲ

କଟକ : କାଠଯୋଡ଼ିରେ ମୃତଦେହ । ନେତାଜୀ ସୁଭାସ ଚନ୍ଦ୍ର ବୋଷ ସେତୁ ତଳେ ପଡ଼ିଛି ମୃତଦେହ । ଗତକାଲିଠୁ ଛାତ୍ର ଜଣକ ଘରୁ ବାହାରି ଆଉ ଫେରିନଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ପ୍ରତୀକ ଦାସ । ବ୍ରିଜ ଉପରେ ପଡିଛି ଚପଲ। ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏପର୍ଯ୍ୟନ୍ତ ଜଣାପଡିନାହିଁ । ତାଙ୍କ ଘର ଭୁବନେଶ୍ବର ନିଳାଦ୍ରୀ ବିହାରରେ । ମର୍କତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ସୂଚନା ଅନୁସାରେ ଗତକାଲିଠୁ ପ୍ରତୀକ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ନେତାଜୀ ସୁଭାସ ଚନ୍ଦ୍ର ବୋଷ ସେତୁ ତଳେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ମର୍କତନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛି ।
ଆହୁରି ପଢନ୍ତୁ : ଭଲିବଲ ଖେଳକୁ ନେଇ ଉନ୍ମତ୍ତ କାଣ୍ଡ, ଗାଁ ମଝିରେ ମହିଳାଙ୍କ ଜୀବନ ନେଇଗଲେ