ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ବାନିଶିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି l ଅସୁସ୍ଥ ଛାତ୍ରଛାତ୍ରୀମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ଶନିବାର ସକାଳୁଆ ସ୍କୁଲ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇ ପଡ଼ିଥିଲେ l
ସ୍କୁଲରେ ୩୫ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ l ସେମାନଙ୍କ ମଧ୍ୟରୁ ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି l ଛାତ୍ରଛାତ୍ରୀମାନଙ୍କ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ସହିତ ଝାଡ଼ା ହେଉଛି l ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀ ଘରେ ଥିବାରୁ ସୋର ଏମଏଲଏ ମାଧବ ଧଡାଙ୍କ ନିର୍ଦ୍ଧେଶ କ୍ରମେ ସୋର ଡାକ୍ତରଖାନାର ଭାରାପ୍ରlପ୍ତ ଚିକିତ୍ସାଧିକlରୀ ବାଣିଶିଆ ଗାଁକୁ ଏକ ଡ଼ାକ୍ତରୀ ଟିମ ପଠାଇଛନ୍ତି l