ଏନସିସି ଶିକ୍ଷକ କରାଇଲେ ୩୦୦ ଥର ଉଠବସ୍ : ଛାତ୍ରଙ୍କ ଚାଲିଗଲା ଜୀବନ, ଏମିତି ଅଭିଯୋଗ କଲେ ପରିବାର ଲୋକେ

ସୁନ୍ଦରଗଡ଼ (କେନ୍ୟୁଜ୍)  : ବଣାଇ ଛାତ୍ର ମୃତ୍ୟୁ ଘଟଣାରେ ପୋଲିସର ଦ୍ୱାରସ୍ଥ ହେଲେ ପରିବାର। ରାଜା ଧରଣୀଧର ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ମୁରଲୀ ଭୂମିଜଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ତାଙ୍କର ସଂସ୍କାର କରିବା ପରେ ଏନସିସି ଶିକ୍ଷକଙ୍କ ଦଣ୍ଡ ପ୍ରଦାନ ପାଇଁ ମୃତ୍ୟୁ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ହଷ୍ଟେଲରେ ରହୁଥିବା ଭୂମିଜଙ୍କୁ ଏନସିସି ଶିକ୍ଷକ ୩ଶହ ଥର ଉଠବସ କରାଇବା ପରେ ସେ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକ ଖବର ପାଇ ତାଙ୍କୁ ପ୍ରଥମେ ବଣାଇ ଡାକ୍ତରଖାନା ଓ ପରେ ଆରଜିଏଚରେ ଭର୍ତ୍ତି କରିଥିଲେ।

ତେବେ ପରିବାର ଲୋକ ତାଙ୍କୁ ଆଇଜିଏଚରେ ଭର୍ତ୍ତି କରିଥିଲେ। ପରେ ସେ ଗୁରୁତର ହୋଇ ମୃତ୍ୟୁବରଣ କରିଥଇଲେ। ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ଗତ ୯ତାରିଖରେ ପୋଲିସ, ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମର ଉପସ୍ଥିତିରେ ମୃତଦେହକୁ ବାହାର କରାଯାଇ ପୋଷ୍ଟମର୍ଟମ କରାଯାଇଛି। ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ୍‌ । ସେପଟେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଏନସିସି ଶିକ୍ଷକ। ଦୋଷୀକୁ ଆଇନ ଅନୁଯାୟୀ ଦଣ୍ଡ ଦେବାକୁ ମୃତକଙ୍କ ବାପା ଦାବି କରିଛନ୍ତି। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଏସଡିପିଓ ଅବକାଶ ରାଉତରାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like