ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏମିତି ଅବସର କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ

କେନ୍ଦୁଝର: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା । ୧୧ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିବା ଶିକ୍ଷୟିତ୍ରୀଙ୍କ ବିଦାୟୀ ସଭାରେ ଝୁରିଲେ ଗ୍ରାମବାସୀ। ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୀବନରେ ଜଣେ ଭଲଗୁରୁଙ୍କୁ ପାଇବା ଏତେ ସହଜ ନୁହେଁ, ଆଉ ଯେଉଁମାନେ ପାଇଛନ୍ତି ସେମାନେ ଭୁଲିବାକୁ ନାରାଜ । କିନ୍ତୁ ଯେତେବେଳେ ସରକାରୀ ନିୟମ ଅନୁଯାୟୀ ଜଣେ ଶିକ୍ଷକ ଅବସର ନେଉଛନ୍ତି ସେତେବେଳେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସେ । ବିଦାୟୀରେ ଖାଲି ଛାତ୍ରଛାତ୍ରୀ ନୁହଁନ୍ତି ପୁରା ଗାଁ ଝୁରିଥାଏ।

ଘଷିପୁରା ବ୍ଲକ ଅଳତି ପଞ୍ଚାୟତ ଅନ୍ତର୍ଗତ ବେଲସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାସ ମଞ୍ଜରୀ ପୂହାଣଙ୍କୁ ବିଦ୍ଯାଳୟ ତଥା ଗ୍ରାମବାସୀଙ୍କ ପକ୍ଷରୁ ଅବସର କାଳିନ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ସମ୍ବର୍ଦ୍ଧନା ସଭାରେ ମୂଖ୍ଯ ଅତିଥି ଭାବେ କେନ୍ଦୁଝର ଲୌହ ମାନବ ପଦ୍ମଶ୍ରୀ ଦୈତାରୀ ନାଏକଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ ।

ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଜଣେ ମିଷ୍ଟଭାଷୀ,ଛାତ୍ର ବତ୍ସଳ , ସର୍ବୋପରୀ ଜଣେ କର୍ତ୍ତବ୍ଯନିଷ୍ଟ ଶିକ୍ଷୟତ୍ରୀ ଭାବେ ଦୀର୍ଘ ୧୧ବର୍ଷ ଧରି ଏହି ବିଦ୍ଯାଳୟରେ ଶିକ୍ଷାଦାନ କରି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ଅତି ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି କହିବା ସହ ତାଙ୍କ ପାଠ ପଢା ଶୈଳୀକୁ ଭୂୟୀୟସି ପ୍ରଶଂସା କରିଛନ୍ତି ।

ବିଦ୍ଯାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗିତ ସହ ବିଦାୟୀ ସଙ୍ଗିତରେ ନୃତ୍ଯ ପରିବେଷଣ କରି ଉପସ୍ଥିତ ଅତିଥିଙ୍କ ମନମୁଗ୍ଧ କରିଥିଲେ। ଶେଷରେ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଶିକ୍ଷୟତ୍ରୀଙ୍କ ପୈତୃକ ଗାଁ ଅଳତିକୁ ପାଛୋଟି ନିଆଯାଇଥିଲା। ହଜାର ହଜାର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀଙ୍କ ଗହଣରୁ ଆଜି ବିଦାୟ ନେଇଥିଲେ ଶିକ୍ଷୟିତ୍ରୀ ।

Also Read:ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଯାତ୍ରା ସମୟରେ ଭଡା ପାଇଁ ମିଳିବ ୫୦ ପ୍ରତିଶତ ରିହାତି