ସ୍ୱାଧୀନତା ଦିବସ ପାଳନ ବେଳେ ଅସୁସ୍ଥ ହେଲେ ଛାତ୍ରଛାତ୍ରୀ, ଅସହ୍ୟ ଗରମ ଯୋଗୁଁ ଏଭଳି ହୋଇଥିବା ଡାକ୍ତରଙ୍କ ସୂଚନା

ବେଗୁନିଆ,ଆନନ୍ଦପୁର,ନୟାଗଡ : ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ ବେଳେ ଛାତ୍ରଛାତ୍ରୀ ଅସୁସ୍ଥ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ କିଛି ଛାତ୍ରଛାତ୍ରୀ ଅଚେତ ହେବା ସୂଚନା ମିଳିଛି । ଆମ୍ବୁଲାନ୍ସ ନ ମିଳିବାରୁ ବାଇକ୍ ଓ ବିଧାୟକଙ୍କ ଗାଡ଼ିରେ ଛାତ୍ରୀ ମେଡିକାଲ ଗଲେ । ସେହିପର ଆନନ୍ଦପୁର ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ ବେଳେ ୬ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଆଜି ସକାଳୁ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପ୍ୟାରେଡରେ ଭାଗନେବାକୁ ଆସିଥିବା ଗୋଟିଏ ବିଦ୍ୟାଳୟର ପାଞ୍ଚଜଣ ଛାତ୍ରୀ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇପଡ଼ିଥିଲେ ।

ସମସ୍ତ ଅସୁସ୍ଥଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଦିର୍ଘ୍ ସମୟ ଧରି ପିଲାଙ୍କୁ ପଡ଼ିଆରେ ଠିଆ ହୋଇ ରହିବା ଯୋଗୁ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।  ଆନନ୍ଦପୁର ଷ୍ଟାଡିଅମରେ ଉପଖଣ୍ଡ ସ୍ତରୀୟ ପ୍ୟାରେଡ ଚାଲିଥିବା ବେଳେ ଫକୀରପୁର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କର ଏଭଳି ପରିସ୍ଥିତି ହୋଇଥିବା ଦେଖିବାକୁ ମିଳିଛି  ନୟାଗଡ଼ ଜିଲ୍ଲାସ୍ତରୀୟ ପରେଡ ବେଳେ ୧୫ରୁ ଊର୍ଦ୍ଧ୍ବ ଛାତ୍ରୀ ଅସୁସ୍ଥ  ।  ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଏଭଳି ହୋଇଥିବା ଡାକ୍ତରଙ୍କ ସୂଚନା ।

ଆଜି ନୟାଗଡ ପିଟିଏସ ଗ୍ରାଉଣ୍ଡ ରେ ଜ଼ିଲ୍ଲା ସ୍ଥାରୀୟ ୭୮ ତମ ସ୍ୱାଧୀନତା ଦିବସ ପାଳନ ହୋଇଥିଲା । ସକାଳ ୭ ଟା ୩୦ରୁ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ପଡିଆକୁ ଆସିଥିଲେ । ସକାଳ ୯ ଟାରେ ଜ଼ିଲ୍ଲାପାଳ ପତାକା ଉତ୍ତଳନ କରିଥିଲେ । ପରେ ପ୍ୟାରେଡ ଆରମ୍ଭ ହୋଇଥିଲା । ପ୍ୟାରେଡ ଶେଷ ହେବା ପରେ ଛାତ୍ରୀମାନେ ପଡିଯାଇଥିଲେ । ପ୍ୟାରେଡ ସମୟରେ ୧୫ଛାତ୍ରୀ ଅସୁସ୍ଥ । ନୟାଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ପିଟିଏସ  ମଧ୍ୟ୍ୟରେ ଏସି ମଧ୍ୟ୍ୟରେ ରଖିଥିଲେ।  ଗୁରୁତର ହେବାରୁ ୧୫ରୁ ଉର୍ଦ୍ଧ ଛାତ୍ରୀଙ୍କୁ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ପ୍ରାଥମିକ ଚିକିତ୍ସାପରେ କିଛି ଛାତ୍ରୀଙ୍କୁ ଘରକୁ ଛାଡିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.