କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାୟଗଡ଼ା ଜିଲ୍ଲା ଭୁଜବଳ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ପ୍ରୀତମ ପ୍ରଧାନ ଓ ଘର ବରଗଡ଼ ଜିଲ୍ଲାରେ । ତେବେ ସେ କାହିଁକି ଜୀବନ ହାରିଲେ କାରଣ ଅସ୍ପଷ୍ଟ।

ରାୟଗଡ଼ା (କେନ୍ୟୁଜ): କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାୟଗଡ଼ା ଜିଲ୍ଲା ଭୁଜବଳ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ପ୍ରୀତମ ପ୍ରଧାନ ଓ ଘର ବରଗଡ଼ ଜିଲ୍ଲାରେ । ସେ ଏଗ୍ରିକଲଚର ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ । କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରେ ପ୍ରୀତମଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ସେ କାହିଁକି ଆତ୍ମହତ୍ୟା କଲେ କାରଣ ଅସ୍ପଷ୍ଟ ରହିଛି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି ।