ମଧ୍ୟାହ୍ନ ଭୋଜନ ଖାଇ ୧୭୨ ଛାତ୍ରଛାତ୍ରୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା : ମଧ୍ୟାହ୍ନ ଭୋଜନ ଖାଇ ୧୭୨ ଛାତ୍ରଛାତ୍ରୀ ଅସୁସ୍ଥ । ଗୁରୁତର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଝାରସୁଗୁଡ଼ା ଜମେରା ପଞ୍ଚାୟତ ସ୍ଥିତ ୟୁ.ଜି.ଏମ୍.ଇ ସ୍କୁଲରେ ଘଟିଛି ଘଟଣା । ଆଜି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ହଠାତ୍ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇପଡ଼ିଥିଲେ । ଅମ୍ୱୁଲାନ୍ସ ସାହାଯ୍ୟରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ପିଲାମାନେ ଏବେ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଅଭିଭାବକ ।

ଆଜି ଶନିବାର ଥିବାରୁ ସକାଳୁଆ ସ୍କୁଲ ହୋଇଥିଲା। ସ୍କୁଲରେ ଆଜି ପିଲାଙ୍କ ଉପସ୍ଥାନ ପଡ଼ିଥିଲା । ପୂର୍ବାହ୍ନ ପ୍ରାୟ ୯ଟା ବେଳେ ପିଲାମାନଙ୍କୁ ମଧ୍ୟାହ୍ନ ଦିଆଯାଇଥିଲା ।  ମାତ୍ର ଭୋଜନ ଖାଇ ସାରିବାର କିଛି ସମୟ ପରେ ପ୍ରାୟ ଛାତ୍ରଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ହୋଇଥିଲା । ତୁରନ୍ତ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ି ଯୋଗେ ପ୍ରଥମେ ପିଲାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ।  ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 

You might also like