ଆନନ୍ଦପୁର: ଟ୍ରକ ପଛରେ ଧକ୍କା ଦେଲା ସ୍କୁଲ ବସ । ଅଳ୍ପକେ ବର୍ତ୍ତିଗଲେ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ-ଶିକ୍ଷୟିତ୍ରୀ । ଆଜି ସକାଳୁ ଆନନ୍ଦପୁର ଅଞ୍ଚଳର ଗୋହିରାରେ ଥିବା ପ୍ରାଣବଲ୍ଲଵ ପବ୍ଲିକ ସ୍କୁଲର ଏକ ବସ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନେବା ସମୟରେ ସ୍କୁଲର ଅନତି ଦୂରରେ ଏକ ଟ୍ରକ ପଛ ପଟେ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ବିଶେଷ କ୍ଷୟ କ୍ଷତି ହୋଇ ନଥିଲେ ମଧ୍ୟ ୨ ଛାତ୍ର ଜଣେ ଶିକ୍ଷୟିତ୍ରୀ ଓ ବସର ହେଲ୍ପର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏତେ ସଂଖ୍ୟକ ଛାତ୍ରକୁ ନେଇ ବସ ଯାଉଥିବା ବେଳେ ଡ୍ରାଇଭରଙ୍କ ଖାମଖିଆଲୀ ଗୁଣକୁ ଅଭିଭାବକ ନାପସନ୍ଦ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।