ଯାଜପୁର: ଶିକ୍ଷକଙ୍କ ବଦଳି ବାତିଲ ଦାବି କରି ସ୍କୁଲ ସମ୍ମୁଖରେ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଗୁରୁକୁଳ ନୋଡ଼ାଲ ସ୍କୁଲରେ। ଶିକ୍ଷକଙ୍କୁ ବଦଳି ନ କରିବାକୁ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ ବସିଥିଲେ। ଅଭିଭାବକମାନେ ମଧ୍ୟ ପିଲାଙ୍କ ଦାବିକୁ ସମ୍ମାନ ଜଣାଇ ଗେଟ୍ ବନ୍ଦ କରି ଧାରଣାରେ ବସି ବିଭିନ୍ନ ନାରାବାଜି କରିଥିଲେ।

ଖବର ପାଇ ରସୁଲପୁର ଏବିଇଓ ଓ ସ୍ଥାନୀୟ ସିଆରସିସି ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସେମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ଫଳରେ ଆଜି ପଢ଼ା ବନ୍ଦ ରହିଥିଲା। ଶିକ୍ଷକଙ୍କ ବଦଳି ବାତିଲ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି।