ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ତାଲା ବନ୍ଦ ଆନ୍ଦୋଳନ

ମୟୁରଭଞ୍ଜ : ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ ତାଲା ବନ୍ଦ ଆନ୍ଦୋଳନ । ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ । ବାରିପଦା ତକତପୁର ସ୍ଥିତ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି । ଯାହାର ବାରମ୍ବାର ଅଭିଯୋଗ ସତ୍ତ୍ୱେ ସମାଧାନ ହେଉନାହିଁ। ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀମାନେ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି ।

ଶନିବାର ମହାବିଦ୍ୟାଳୟ ସମ୍ମୁଖ ଫାଟକ ବନ୍ଦ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୟୁରଭଞ୍ଜ ଜିଲ୍ଲାର ଉକ୍ତ ମହାବିଦ୍ୟାଳୟ ରାଜ୍ୟ ସାରାର ଏକ ଅନନ୍ୟ ପରିଚୟ ସୃଷ୍ଟି କରିଛି । କିନ୍ତୁ ମହାବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି । ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଟିଆରଡବ୍ଲୁ ହଷ୍ଟେଲ ବ୍ୟବସ୍ଥା ରହିଥିବା ବେଳେ ତାହା କାର୍ଯ୍ୟକ୍ଷମ ହେଉନାହିଁ ।

ଗତ ୨୦୨୦ମସିହାରୁ ହଷ୍ଟେଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ତାଲା ବନ୍ଦ ହୋଇ ରହିଛି । ଯାହାକୁ ଛାତ୍ରଛାତ୍ରୀମାନେ ଘରୋଇ ମେସ ମାନଙ୍କରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁକରି ହଷ୍ଟେଲ ଖୋଲିବାକୁ ଦାବି ହୋଇଛି । ଏଥି ସହିତ ହଷ୍ଟେଲରେ ଇନଭରଟର ବ୍ୟବସ୍ଥା କରିବା, ଶୌଚାଳୟ ଗୁଡିକ ସଫେଇ କରିବା, କ୍ରୀଡା ସରଞ୍ଜାମ ଉପଲବ୍ଧ କରାଇବା, ପୂର୍ବ ବର୍ଷ ମାନଙ୍କ ପରୀକ୍ଷା ପ୍ରଶ୍ନପତ୍ର ୱେବ ସାଇଟରେ ଉପଲବ୍ଧ କରାଇବା, ମଲ୍ଟି ଜିମର ବ୍ୟବସ୍ଥା କରିବା, ବାଳକ କମନରୁମ ବ୍ୟବସ୍ଥା କରିବା ଆଦି ଦାବି ରହିଛି ।

ଏନେଇ ପୂର୍ବରୁ ମଧ୍ୟ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀ ମାନେ ତାତିବା ସହ ତାଲା ବନ୍ଦ ଆନ୍ଦୋଳନ କରିଛନ୍ତି । ଆନ୍ଦୋଳନରତ ଛାତ୍ରଛାତ୍ରୀ ମାନଙ୍କ ସହିତ କର୍ତ୍ତୃପକ୍ଷ ଆଲୋଚନା କରିଥିଲେ। ତେବେ ଖୁବଶୀଘ୍ର ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.