ମଧ୍ୟାହ୍ନଭୋଜନରେ ବଡ଼ କେଳେଙ୍କାରୀ! ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ପୋକରା ଚାଉଳ ଭାତ

ଉମରକୋଟ( କେନ୍ୟୁଜ): ରାଜ୍ଯରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ଯ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଧାରଣ ବିଦ୍ୟାଳୟକୁ 5ଟି ବିଦ୍ୟାଳୟରେ ପରିଣତ କରିଛନ୍ତି। ହେଲେ, ଗୁଣାତ୍ମକ ଶିକ୍ଷା କଥା ଦୂରେ ଥାଉ, ଏହି ବିଦ୍ୟାଳୟରେ ଏବେ ପିଲାଙ୍କୁ ଦିଆଯାଉଛି ଅଖାଦ୍ୟ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ ଅନ୍ତର୍ଗତ ମୁର୍ତ୍ତୁମା ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଅବ୍ଯବସ୍ଥା।

ଏହି ଚାଉଳ ଯେଉଁ ଘରେ ରଖାଯାଉଛି ସେହିଁ ଘର ସାରା ବି ପୋକ ମାଛି । ଆଉ ଏହି ଚାଉଳକୁ ପାଲିସ କରି ପିଲାଙ୍କୁ ଦିଆଯାଉଛି ମଧ୍ୟାନ ଭୋଜନ । ଉମରକୋଟ ବ୍ଲକ ମୁର୍ତ୍ତୁମା ସ୍ଥିତସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗତ ଜୁନ ମାସରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଆସିଥିଲା। ବର୍ତ୍ତମାନ ପର୍ଯ୍ଯନ୍ତ ସେହି ଚାଉଳ ସମ୍ପୂର୍ଣ୍ଣ ଖରାପ ହୋଇ ଅଖାଦ୍ୟରେ ପରିଣତ ହୋଇଛି। ପ୍ରତିଦିନ ଭାତ ରେ ପୋକ ବାହାରୁଥିବାରୁ କିଛି ପିଲା ଘରକୁ ଯାଇ ଖାଇକି ଆସନ୍ତି ଆଉ କିଛି ପିଲା ଘରୁ ଟିଫିନ୍‌ ଆଣି ବିଦ୍ୟାଳୟ ରେ ଖାଉଛନ୍ତି । ଯଦି ଆଗକୁ ଏମିତି ଚାଲେ ତାହେଲେ ଆମେ ଆମ ପିଲାଙ୍କୁ ସ୍କୁଲ ରୁ ବାହାର କରିଦେବୁ ବୋଲି କହିଛନ୍ତି ଅବିଭାବକ । ଏହି ଚାଉଳ ର ଭାତ ଖାଇ ଅନେକ ସମୟରେ ପିଲାଙ୍କ ଶରୀର ମଧ୍ୟ ଖରାପ ହେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଶିକ୍ଷକ ଏବଂ ସ୍‌ୟଂ ସହାୟକ ଗୋଷ୍ଠୀ ମା ଲକ୍ଷ୍ମୀ ଏସଏଚଜି ସଦସ୍ଯଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ। ଏଥି ସହ ଉକ୍ତ ଏସଏଚଜିକୁ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି କାର୍ଯ୍ଯରୁ ବାହାର କରି ଅନ୍ଯ ଏସଏଚଜିକୁ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ୱ ଦେବା ପାଇଁ ଲିଖିତ ଦାବି ଜଣାଇଛନ୍ତି ଅଭିଭାବକ।

ତେବେ, ପ୍ରଥମେ ପ୍ରଥମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘଟଣାକୁ ଅସ୍‌ୱୀକାର କରି ପିଲାଙ୍କୁ ଭଲ ଚାଉଳ ଦିଆ ଯାଇଥିବା କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଉକ୍ତ ପୋକରା ଚାଉଳକୁ ପଲିସ୍‌ କରି ପିଲାଙ୍କୁ ରାନ୍ଧି ଦିଆ ଯାଉଥିବା ସ୍‌ୱୀକାର କରିଥିଲେ। ସେହିପରି ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକ ସରୋଜ କୁମାର ସାହୁ କହିଛନ୍ତି ଯେ, ବର୍ତ୍ତମାନ ବିଦ୍ୟାଳୟରେ ୧୧ କ୍ୱିଣ୍ଟାଲ ଚାଉଳ ମହଜୁଦ ଅଛି। ତହିଁରୁ ତିନି କ୍ୱିଣ୍ଟାଲ ଚାଉଳକୁ ସୋମବାର ପଲିସ୍‌ କରି ଆଣି ଆଜି ଖାଇବାକୁ ଦିଆଯାଇଛି। ପିଲାଙ୍କୁ ପୋକରା ଚାଉଳ ରାନ୍ଧି ଦିଆଯାଇ ନାହିଁ। ଖବର ପାଇ ଉମରକୋଟ ବିଇଓ ବିକାଶ ଚନ୍ଦ୍ର ସରକାରଙ୍କ ନିର୍ଦେଶ କ୍ରମେ ଏବିଇଓ ପୁରଷୋତ୍ତମ ମାଝୀ ବିଦ୍ୟାଳୟରେ ପହଂଚି ଘଟଣାର ସତ୍ୟାସତ୍ୟ ତଦନ୍ତ କରିବା ସହ ବିଦ୍ୟାଳୟରେ ମହଜୁଦ ଥିବା ଚାଉଳ ୨୦୨୧ ମସିହାର, ତେଣୁ ଯଥାଶୀଘ୍ର ଉକ୍ତ ଚାଉଳକୁ ସିଜ୍‌ କରାଯିବା ସହ ବିଦ୍ୟାଳୟକୁ ଭଲ ଚାଉଳ ଯୋଗାଇବା ବ୍ଯବସ୍ଥା କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ତେବେ, ଅନେକ ଦିନରୁ ଏହି ଚାଉଳ ଖରାପ ହୋଇଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ ଏବଂ ବିଭାଗୀୟ ଅଧିକାରୀ କିଭଳି ଏଦିଗରେ କୌଣସି ପଦକ୍ଷେପ ନନେଇ ଚୁପ୍‌ ବସି ରହିଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି ଗ୍ରାମବାସୀ କହିଛନ୍ତି । ଏଥି ସହ ବିଦ୍ୟାଳୟରେ ପିଲାଙ୍କୁ ଠିକ୍‌ ଖାଦ୍ୟ ନଦେଲେ ଆମେ ଆଉ ପିଲାଙ୍କୁ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାଡିବୁ ନାହିଁ ବୋଲି କହିଛନ୍ତି ଅଭିଭାବକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.