ଯାଜପୁର ଟାଉନ୍: ଆସୁଛି ରାକ୍ଷୀ ପୂଣ୍ଣମୀ । ସ୍ନେହ ଓ ବନ୍ଧନର ପର୍ବ ଏହି କ୍ଷାବନ୍ଧନ । ସେଥିପାଇଁ ଗାଁରୁ ସହର ହୋଇଉଠିଛି ଚଳଚଂଚଳ । ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି ସବୁ ଭାଇ ଓ ଭଉଣୀ । ଭଉଣୀ ନିଜର ସୁରକ୍ଷା ପାଇଁ ଭାଇର ହାତରେ ରାକ୍ଷୀ ବାନ୍ଧେ । କିନ୍ତୁ ଯେଉଁ ମାନେ ଦେଶର ସୁରକ୍ଷା ପାଇଁ ଦିନ ରାତି କାମ କରି ଏହି ରାକ୍ଷୀ ବାନ୍ଧିବା ସୁଯୋଗରୁ ବଞ୍ଚିତ ହୋଇଥାନ୍ତି ।
ସେହି ମାନଙ୍କ ଅବଦାନକୁ ମନେ ପକେଇବା ପାଇଁ ଯାଜପୁର ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟରର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ମାନେ ଏକ ଭିନ୍ନ ପ୍ରୟାସ କରିଛନ୍ତି । ଭାରତର ସୀମାରେ ରହି ଶତୃଙ୍କ ସହ ଲଢ଼େଇ କରି ଆମ ମାନଙ୍କୁ ସୁରକ୍ଷା ଦେଉଥିବା ଜବାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଏହି ଛାତ୍ରୀମାନେ । ସେମାନଙ୍କୁ ପ୍ରକୃତ ଭାଇ ଭାବେ ସ୍ୱୀକାର କରି ଏଭଳି ଏକ ଉଦ୍ୟମ କରିଛନ୍ତି ଛାତ୍ରୀ ।
ଚଳିତ ବର୍ଷ ଚାରି ଆଡ଼େ ବଡ଼ ଧୁମ ଧାମରେ ପାଳିତ ହେବ ଏହି ରକ୍ଷା ବନ୍ଧନ । କିନ୍ତୁ ଯେଉଁ ଯବାନ ମାନେ ଦିନରାତି ସୀମାରେ ରହି ସୁରକ୍ଷା ଦେଉଛନ୍ତି ସେମାନଙ୍କ ପାଇଁ ହଷ୍ଟେଲର ଛାତ୍ରୀ ମାନେ ରକ୍ଷାବନ୍ଧନର ଗୀତ ଗାଇ ରାକ୍ଷୀ ପଠାଇଛନ୍ତି । ସମସ୍ତେ ନିଜ ନିଜ ମନ ପସନ୍ଦର ରାକ୍ଷୀ କିଣି ଡାକ ଯୋଗେ ଭାରତୀୟ ସେନାର କାର୍ଜ୍ୟାଳୟକୁ ପଠାଇଛନ୍ତି ।
ଏହି ରାକ୍ଷୀ ପଠାଇ ଜବାନ ମାନଙ୍କୁ ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଉଦ୍ୟମ କରିଛନ୍ତି । କେବଳ ଚଳିତ ବର୍ଷ ନୁହେଁ ପ୍ରତିବର୍ଷ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀ ମାନେ ଏଭଳି ରାକ୍ଷୀ ପଠାଇ ଆସୁଛନ୍ତି । ଯାହାକୁ କଲେଜ କର୍ତ୍ତୃପକ୍ଷ ମଧ୍ୟ ସହଯୋଗ କରିଛନ୍ତି । ଦେଶର ବୀର ଜବାନଙ୍କ ପାଇଁ ଛାତ୍ରୀ ମାନଙ୍କର ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।