ସ୍କୁଲରେ ମଧ୍ୟାହ୍ନ ଭୋଜନ ନମିଳିବାରୁ ରାସ୍ତାରେ ଧାରଣା ଦେଲେ ଛାତ୍ରଛାତ୍ରୀ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ରହିଛି କୁମ୍ଭାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।  ସ୍କୁଲରେ ପିଲାମାନଙ୍କ ଖାଦ୍ୟ ଅଭାବ ଦେଖାଦେଇଛି ।  ତେଣୁକରି ଖରାବେଳେ ସ୍କୁଲରେ ମଧ୍ୟାହ୍ନ ଭୋଜନ ମିଳି ନ ଥିବାରୁ ପିଲାମାନେ ରାସ୍ତାରେ ବସି ଧାରଣା ଦେଇଛନ୍ତି ।  ଯାହାକି ପିଲାଙ୍କ ପଚାରିବାରୁ ଘଟଣା ବିଷୟରେ ଜଣାପଡ଼ିଥିଲା । ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ।

ଆବଶ୍ୟକ ପରିମାଣରେ ଶ୍ରେଣୀ ଶିକ୍ଷକ ନାହାନ୍ତି । ଯାହା ଫଳରେ ପିଲାଙ୍କ ପାଠପଢା ବ୍ୟାହତ ହେଉଛି । ସୂଚନାନୁସାରେ ଏହି ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ଅବସର ନେବେ ତେଣୁ ସେ ନିଜ ଦାୟିତ୍ୱ ସ୍କୁଲର କିଛି ସଦସ୍ୟ ମାନଙ୍କୁ ହସ୍ତାନ୍ତର କରିଦେଇଥିବା ଜଣାପଡିଥିଲା ।
ଏପଟେ ସ୍କୁଲର ଅନ୍ୟ ଶିକ୍ଷକଙ୍କୁ ପଚାରିଵାରୁ ସେ କହିଥିଲେ ଆମେ କିଛି ଦିନ ପାଇଁ ଦାୟିତ୍ୱରେ ଥିଲୁ । ପ୍ରଧାନ ଶିକ୍ଷୟତ୍ରୀଙ୍କ ନିର୍ଦେଶ ଅନୁସାରେ ଆମେ କାମ କରୁଥିଲୁ । କିନ୍ତୁ ଆଜି ରୋଷେଇ ଦାୟିତ୍ଵ ଆମର ନଥିଲା । ଏଭଳି ପରସ୍ପର ମଧ୍ୟରେ ଦୋଷା ରୋପ କରୁଛନ୍ତି ସ୍କୁଲ ଶିକ୍ଷକ ।

Also read: ଶିକ୍ଷକଙ୍କ ବଦଳି ପ୍ରତିବାଦ: ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ