ଜଗତସିଂହପୁର: ସାର୍ଟିଫିକେଟ ନ ପାଇବାରୁ ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ କଲେଜ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଶାସିତ କଲେଜରେ ଅଶାନ୍ତି । ୨୦୧୫ରୁ ୧୮ ମସିହା ମଧ୍ୟରେ ଯୁକ୍ତ ତିନି ସିଟ୍ ଠାରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଅଡମିସନ କରିଥିବା ଅଭିଯୋଗ ହୋଇଛି । ଏବେ ଛାତ୍ରଛାତ୍ରୀ ପାସ ହେବା ପରେ ମାଇଗ୍ରେସନ ସାର୍ଟିଫକେଟ, ରେଜିଷ୍ଟେସନ ସାର୍ଟିଫିକେଟ ନ ପାଇବାରୁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଘଟଣାକୁ ଦେଢବର୍ଷ ବିତିଥିଲେ ବି ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ପ୍ରତିବାଦରେ ପୂରାତନ ଛାତ୍ରଛାତ୍ରୀମାନେ କଲେଜ ଆଗରେ ଧାରଣା ଦେଇଛନ୍ତି । ସେପଟେ ଏନେଇ ମନ୍ତ୍ରୀଙ୍କୁ ଜଣାଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି ।