ପ୍ରତି ସପ୍ତାହରେ ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ହେବ ସ୍ୱାସ୍ଥ୍ୟ ପରୀକ୍ଷା: ର୍ୟାପିଡ୍ ରେସପନ୍ସ ଟିମ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ବର: ସ୍କୁଲରେ ଛାତ୍ରଛାତ୍ରୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଆସନ୍ତା ୮ ତାରିଖରୁ ରାଜ୍ୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ସ୍କୁଲ ଖୋଲିବ । ପିଲାମାନେ ସ୍କୁଲକୁ ଆସିବା ପରେ ପ୍ରତି ସପ୍ତାହରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଆଶାକର୍ମୀ ଓ ଏଏନ୍ଏମ୍ମାନେ ନିକଟସ୍ଥ ସ୍କୁଲକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ସ୍କୁଲ ଖୋଲିଲେ, ପିଲାମାନେ ଶ୍ରେଣୀକକ୍ଷରେ ପଢିବେ, ହଷ୍ଟେଲରେ ଗୋଟିଏ ସ୍ଥାନରେ ଖାଇବେ, ସମାନ ଶୌଚାଳୟ ବ୍ୟବହାର କରିବେ । ଏପରି ସମୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିହାତି ଆବଶ୍ୟକ । ସେହିପରି ର୍ୟାପିଡ୍ ରେସପନ୍ସ ଟିମ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଜରୁରୀ ପରିସ୍ଥିତିରେ ଫୋନ୍ ଆସିଲେ ସେମାନେ ସ୍କୁଲରେ ଯାଇ ପହଞ୍ଚିବେ ।