ନୟାଗଡ଼ : ବେସରକାରୀ ସ୍କୁଲରେ ବି ଏମିତି ଚାଲିଛି, ପିଲା ବୋହୁଛନ୍ତି ମାଟି ବୋଝ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରକାରୀ ସ୍କୁଲରେ ଏବେ ସବୁ ଛାଡ଼ । ପିଲାଙ୍କୁ ପାଠ ପଢ଼ାଇବା ପାଇଁ ସାର୍‌ ମାଡ଼ ମାରି ପାରିବେ ନାହିଁ । ସେମାନଙ୍କୁ କୌଣସି କାମରେ ଲଗାଇ ପାରିବେ ନାହିଁ । ଏମିତିକି ସ୍କୁଲର କୌଣସି କାମ ମଧ୍ୟ ଛାତ୍ର ଛାତ୍ରୀ କରି ପାରିବେ ନାହିଁ । ଏଭଳି ନିୟମ ରଖିଛନ୍ତି ସରକାର । ଯଦି କ୍ୱଚିତ କେଉଁଠି ଏଭଳି କିଛି ଘଟୁଛି ତ ତୁରନ୍ତ ଗଣମାଧ୍ୟମରେ ବାହାରି ଯାଉଛି ଓ ଅବଶ୍ୟକ ହେଲେ ବିଚରା ଶିକ୍ଷକ ନିଲମ୍ବିତ ହେଉଛି ଅବା କିଛି କା କିଛି କାର୍ଯ୍ୟାନୁଷ୍ଠାନର ସାମନା କରୁଛି । ହେଲେ ବେସରକାରୀ ସ୍କୁଲରେ କଣ ଘଟୁଛି ତାର କିଛି ହିସାବ ସରକାରଙ୍କ ପାଖରେ ଅଛି କି? ଏପ୍ରଶ୍ନର ଉତ୍ତର ହେଉଛି ନା । ଏମିତିକି ବେସରକାରୀ ସ୍କୁଲରରେ କୌଣସି ବିବାଦୀୟ ପରିସ୍ଥିତି ଉପୁଜିଲେ ଅଭିଭାବକ ସ୍କୁଲ କର୍ତ୍ତୃପକ୍ଷଙ୍କ ଜରିଆରେ ତାର ସମାଧାନ ସିନା କରୁଛନ୍ତି ହେଲେ କଥା ବାହାରକୁ ଆସୁନାହିଁ । ଅବଶ୍ୟ ଆମେ ଏକଥା ଏଇଥି ପାଇଁ କହୁଛୁ ଯେ ନୟାଗଡ଼ର ଏକ ବେସରକାରୀ ସ୍କୁଲରେ କିଛି ପିଲାଙ୍କୁ ମାଟି ବୋହିବାର ଦେଖିବାକୁ ମିଳିଛି । ତାର ଭିଡିଓ ଆମ ହାତରେ ଲାଗିଛି । କୋଡ଼ି, କୋଦାଳ ଧରି ରାସ୍ତା କଡ଼ରୁ ପିଲାମାନେ ମାଟି ଉଠାଇ ସ୍କୁଲକୁ ନେଉଛନ୍ତି ।

ଆହୁରି ପଢନ୍ତୁ: ଏହି କବର ସ୍ଥାନରୁ ବାହାର କରାଗଲା ୬,୫୦୦ କଙ୍କାଳ, କାରଣ ଜାଣିଲେ ହୋଇଯିବେ ଚକିତ!

ତାଙ୍କୁ ଏ କାମ ପାଇଁ କିଏ କହିଥିଲା ତାର ଉତ୍ତର ଦେଇ ନାହାନ୍ତି ପିଲାମାନେ । ଏକଥା ଯଦି ସରକାରୀ ସ୍କୁଲରେ ଘଟିଥାନ୍ତା ତେବେ ତନାଘନା ହୋଇ ସାରିଥାନ୍ତା । ହେଲେ ଘଟଣା ଘଟିଛି ପ୍ରାଇଭେଟ୍‌ ସ୍କୁଲରେ । ତେଣୁ ସମସ୍ତେ ନିରବ । ଦେଖନ୍ତୁ ଭିଡିଓ…