ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ ବନ୍ଦ, ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ BMCର ପଦକ୍ଷେପ
ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଉପଜିଲ୍ଲାପାଳ ଓ ତହସିଲ ଅଫିସ ବନ୍ଦ। ୫ ଦିନ ପାଇଁ ବନ୍ଦ ରଖାଯାଇଛି। ଆଜିଠୁ ୨୧ ତାରିଖ ଯାଏଁ ବନ୍ଦ ରହିବ ଉଭୟ ଅଫିସ। ଉଭୟ ଅଫିସରୁ ଗୋଟିଏ ଦିନରେ ଏକାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ସିଲ୍ କଲା BMC ।
ସବ କଲେକ୍ଟର ଅଫିସରୁ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ୱର ତହସିଲ ଅଫିସରୁ ୩ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଅଫିସକୁ ସଂପୂର୍ଣ୍ଣ ସାନିଟାଇଜ୍ କରାଯିବ।