ଉପ ଜିଲ୍ଲାପାଳଙ୍କ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ, ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଅଯଥା ରାଜନୀତି ବନ୍ଦ କରିବାକୁ ନିର୍ଦ୍ଦେଶ 

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ଶନିବାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଆସିଥିଲେ।  ପ୍ରଥମେ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟାଳୟକୁ ଯାଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ନମିତା ପଣ୍ଡାଙ୍କ ସହ ଆଲୋଚନା କରିଥିଲେ।  ପରେ ସମସ୍ତ କର୍ମଚାରୀ ଏବଂ ଡାକ୍ତର ମାନଙ୍କ ଉପସ୍ଥାନ ଖାତା ଯାଞ୍ଚ କରିଥିଲେ। କିଛି କର୍ମଚାରୀ ଅନୁସ୍ଥିତ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଉପ ଜିଲ୍ଲାପାଳ।

ସ୍ୱାସ୍ଥ୍ୟକେନ୍ଦ୍ରର କିଛି ବିଭାଗ ବନ୍ଦ ଥିବା ନେଇ ବିଭାଗର ମୁଖ୍ୟ ମାନଙ୍କୁ ନିଜ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ କରିବା ପାଇଁ ତାଗିତ କରିଥିଲେ। ଯାଞ୍ଚ ସମୟରେ କିଛି ଚତୁର୍ଥଶ୍ରେଣୀ କର୍ମଚାରୀ ଏବଂ ଷ୍ଟାଫ୍ ନର୍ସ ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ ସମୟ ଧରି ସ୍ୱାସ୍ଥ୍ୟକେନ୍ଦ୍ରରେ ରହି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ହାତବାରିସୀ କରି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଅଯଥା ରାଜନୀତି କରିବା ସହ ପରିଚାଳନା ରେ ବାଧା ସୃଷ୍ଟି କରୁଥିଲେ । ଯାହା  ଜାଣିବାକୁ ପାଇଥିଲେ ଉପ ଜିଲ୍ଲାପାଳ।

mohana chc

ଏଭଳିକି ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ କିଛି ନର୍ସ ଅବମାନନା କରୁଥିବା ନେଇ ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ ।  ସ୍ୱାସ୍ଥ୍ୟକେନ୍ଦ୍ର ବୁଲି ଦେଖିବା ସହ କିଛି ଉନ୍ନୟନ ମୂଳକ ନିର୍ମାଣ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ ଉପ ଜିଲ୍ଲାପାଳ। ଅଯଥା ପ୍ରତିଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ପଶି ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ନାମରେ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ କିଛି ସମାଜସେବୀ ।

କାରଣ ଏଭଳି କିଛି ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟସେବା ଭଳି ଏକ ସମ୍ବେଦନଶୀଳ ସେବା ବାଧାପ୍ରାପ୍ତ ହେବାସହ କର୍ମଚାରୀ ମାନେ ମଧ୍ୟ ମାନସିକ ଚାପରେ ରହୁଛନ୍ତି ।  ସମସ୍ତ ବିଷୟ ଜିଲ୍ଲାପାଳଙ୍କ ଠାରେ ଉପସ୍ଥାପନ କରିବା ସହ ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ।

Leave A Reply

Your email address will not be published.