ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ଏକକାଳୀନ ୧୧ ଟି ସ୍ଥାନରେ ଚାଲିଛି ଚଢ଼ାଉ

ସୋନପୁର : ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ରେଡ୍ । ସୋନପୁର ସ୍ଥିତ ଭଡାଘର ଓ କାର୍ଯ୍ୟଳୟ ସମେତ ଭୂବନେଶ୍ୱର, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବରଗଡ଼ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଳମ୍ବିତ ରାତିରୁ ଚଢ଼ାଉ ଚାଲିଛି ।  ଏକକାଳୀନ ୧୧ ଟି ସ୍ଥାନରେ ଚାଲିଛି ଚଢ଼ାଉ।

ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସଠିକ୍‌ ସୂଚନା ମିଳିନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି ।

 

 

You might also like