ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ, ବିଲ ପାସ ପାଇଁ ନେଉଥିଲେ ଲାଞ୍ଚ

ସୁବର୍ଣ୍ଣପୁର: ଭିଜିଲନ୍ସ ହାତରେ ଧରାପଡିଲେ ମୃତ୍ତିକା ସଂରକ୍ଷଣ ଅଧିକାରୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ପରିଦର୍ଶକ ସୁଂଧାସୁ ଶେଖର ରଣା ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏକ ଉନ୍ନୟନ ମୂଳକ ପ୍ରକଳ୍ପର ବିଲ କରିଦେବା ପାଇଁ ରାମଚନ୍ଦ୍ର ମହାକୁଡଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ମାଗିଥିଲେ । ଅର୍ଥ ନ ଦେଲେ ବିଲ ହୋଇ ପାରିବ ନାହିଁ ବୋଲି କହିଥିଲେ ସୁଧାଶୁଂ । ତେବେ ଏନେଇ ରାମଚନ୍ଦ୍ର ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ।

ପୂର୍ବ ଯୋଜନା ଅନୁଯାୟୀ, ୧୧ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁଧାଂଶୁ ଶେଖର ରଣାଙ୍କୁ ସୋନପୁର ସହରର ପଟାଭାଡିଠାରେ ଧରିଥିଲା ଭିଜିଲାନ୍ସ ଟିମ। ସୁଧାଂଶୁ ଶେଖର ରଣା ଦୀର୍ଘ ଦିନ ହେବ ଉଲୁଣ୍ଡା ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ। ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ବିରସିଂହପୁର ଗ୍ରାମର ରାମଚନ୍ଦ୍ର ମହାକୁଡ଼ ଗତ ଖରା ଦିନରେ ତାଙ୍କର ଫାର୍ମପଣ୍ଡ କାର୍ଯ୍ୟ ଶେଷ କରିଥିଲେ ସୁଦ୍ଧା ତାଙ୍କର ବିଲ ପାସ ହେଇନଥିଲା । ତେଣୁ ରାମଚନ୍ଦ୍ର ମହାକୁଡ଼ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ସୋନପୁରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଧିକ ତଦନ୍ତ ଜାରି ରଖିବା ସହ ସୁଧାଂଶୁଙ୍କର ଅଫିସ ଓ ବାସଭବନ ସମେତ ଦୁଇଟି ଜାଗାରେ ଚଢ଼ାଉ କରିଛି ଭିଜିଲାନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.